ବାଂଲାଦେଶରେ ସରକାର ପରିବର୍ତ୍ତନ ହେବା ପରେ ଏବେ ନେତୃତ୍ୱଙ୍କ ମନୋଭାବରେ ମଧ୍ୟ ପରିବର୍ତ୍ତନ ଆସିଛି । ୧୯୭୧ରେ ପାକିସ୍ତାନ ଓ ବାଂଲାଦେଶ ପରସ୍ପରଠାରୁ ଅଲଗା ହୋଇଥିଲେ କିନ୍ତୁ ଏବେ ପୁଣି ଥରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହେବାରେ ଲାଗିଛି । ଦୀର୍ଘ ବର୍ଷ ପାରେ ବାଂଲାଦେଶରେ ପ୍ରଥମ ଥର ପାଇଁ ପାକିସ୍ତାନ ଜାହାଜ ପହଁଚିଛି । ଏହା ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି । ପାକିସ୍ତାନ ନୌସେନାର ଏକ ଜାହାଜ ବାଂଲାଦେଶ ଚଟଗାଁଓ ବନ୍ଦରଗାହରେ ଶୁକ୍ରବାର ଦିନ ଲାଗିଛି । ଚଟଗାଓଁରେ ପାକ୍ ଜାହାଜ ପହଁଚିବା ପରେ ବାଂଲାଦେଶ ନୌସେନା କମାଣ୍ଡର ସ୍ୱାଗତ କରିଥିଲେ । ୪ ଦିନର ଯାତ୍ରା ପାଇଁ ଏହି ଜାହାଜ ଆସିଛି ।ବର୍ଷ ବର୍ଷ ଧରି ଦୁଇ ଦେଶର ମଧ୍ୟରେ ରହିଥିବା ତିକ୍ତତା ଏବେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି ।ଏହା ଭାରତ ପାଇଁ ସମସ୍ୟା ବଢ଼ାଇପାରେ । ବିଶେଷଜ୍ଞଙ୍କ ମତରେ ପାକିସ୍ତାନ ପୂର୍ବ ଭାରତର ନିକଟବର୍ତ୍ତୀ ଅଞ୍ଚଳ ଏବଂ ମିଆଁମାର ଆଦି ସ୍ଥାନ ମାନଙ୍କରରେ ନିଜର ଉପସ୍ଥିତି ବୃଦ୍ଧି କରିବାକୁ ଚାହୁଁଛି । ପୂର୍ବରୁ ଏପରି କେବେବି ଘଟିନଥିଲା । ମହମ୍ମଦ ୟୁନୁସ୍ ସରକାର ଆସିବା ପରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସଂପର୍କ ଦିନକୁ ଦିନ ଘନିଷ୍ଠ ହେଉଛି ।














