ଲୋକପ୍ରିୟ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କର ପରଲୋକ । ଗତକାଲି ବିଳମ୍ବିତ ରାତି ୧୧ଟା ୨୫ରେ ତାଙ୍କର ପରଲୋକ ହୋଇଛି । ଯକୃତ ରୋଗରେ ଆକ୍ରାନ୍ତ ପିଣ୍ଟୁ ନନ୍ଦଙ୍କୁ ପ୍ରଥମେ ଦିଲ୍ଲୀର ଏକ ଘରୋଇ ହସପିଟାଲ ଏବଂ ପରେ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା । ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ ହେଁ ପରିବାର ସଦସ୍ୟଙ୍କ ଲିଭର୍ ମ୍ୟାଚ ହୋଇ ନଥିଲା । ବାହାର ଡୋନର ଖୋଜା ଯାଉଥିଲେ ହେଁ ଶେଷ ପର୍ଯ୍ୟନ୍ତ କେହି ମିଳି ନ ଥିଲେ । ଶେଷରେ ଗତକାଲି ରାତିରେ ପିଣ୍ଟୁ ନନ୍ଦଙ୍କ ପରଲୋକ ହୋଇଥିବା ଓଡିଶା ସିନେ ଆର୍ଟିଷ୍ଟ ଆସୋସିଏସନର ସାଧାରଣ ସମ୍ପାଦକ ଶ୍ରୀତମ ଦାସ ସୂଚନା ଦେଇଛନ୍ତି ।
ଅନେକ ସିନେମାରେ ଅଭିନୟ କରିଥିବା ପିଣ୍ଟୁ ନନ୍ଦଙ୍କୁ “ଏ ଗଉରା ତୁ କଣ ଖାଉଛୁ .. ” ଆଲବମ୍ ଗୀତ ପରିଚୟ ଦେଇଥିଲା । 1996ରେ ସିନେମା ‘କୋଇଲି’ରେ ସେ ଅଭିନୟ କରି ଓଡିଆ ସିନେମା ଜଗତରେ ପ୍ରବେଶ କରିଥିଲେ । ଜଗତସିଂହପୁର ସଦର ବ୍ଲକ ଚର୍ତ୍ତଙ୍ଗ ଗାଁରେ ଜନ୍ମ ଗ୍ରହଣ କରିଥିବା ପିଣ୍ଟୁଙ୍କ ବିୟୋଗ ସାରା ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି ।

LEAVE A REPLY

Please enter your comment!
Please enter your name here