ବାତ୍ୟା ମୋନ୍ଥା ପ୍ରଭାବରେ ରେଳ ଯାତାୟାତ ଅସ୍ଥିର ହୋଇପଡ଼ିଛି। ପୂର୍ବତଟ ରଳପଥ ପକ୍ଷରୁ ୪୩ଟି ଟ୍ରେନ୍ ବାତିଲ ହୋଇଛି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବନ୍ଦ ରହିବ। ବିଶେଷକରି କିରଣ୍ଡୁଲ–ବିଶାଖାପାଟନମ୍ ରୁଟରେ ଭୁସ୍ଖଳନ ଆଶଙ୍କା ଥିବାରୁ ୮ଟି ଟ୍ରେନ୍ ବାତିଲ କରାଯାଇଛି। ସମୟକ୍ରମେ ବଢୁଛି ବାତ୍ୟାର ବେଗ । ଏବେ ଘଣ୍ଟାପ୍ରତି ୧୮ କିମି ବେଗରେ ଆଗକୁ ବଢୁଛି । କାକିନାଡ଼ାରୁ ୬୦୦ କିମି ଓ ଗୋପାଳପୁରରୁ ୭୫୦ କିମି ଦୂରରେ ରହିଛି । ୨୪ ଘଣ୍ଟାରେ ଭୀଷଣ ବାତ୍ୟାରେ ପରିଣତ ହୋଇ କାକିନାଡ଼ା ନିକଟରେ ସ୍ଥଳଭାଗ ଅତିକ୍ରମ କରିବ । ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ ୯୦ରୁ ୧୦୦ କିଲୋମିଟର ଯାଏ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ରାଜ୍ୟ ଅଗ୍ନିଶମ ବିଭାଗ ପୂରାପୁରି ସଜାଗ ଅଛି । ବ୍ରହ୍ମପୁର ଆର୍ଡିସି ସର୍କଲରେ ୧୨୩ ଏବଂ କଟକ ସର୍କଲରେ ୧୪୪ ଅଗ୍ନିଶମ ଟିମ୍ ମୁତୟନ କରାଯାଇଛି । ଆବଶ୍ୟକ ଉପକରଣ ପାୱାଟ ବୋଟ୍, ରବର ବୋଟ୍, ଜେସିବି ମେସିନ ଓ ଗଛକଟା ଯନ୍ତ୍ର ,ସବୁ ବ୍ୟବସ୍ଥା ହୋଇଛି ।














