ଦିଲ୍ଲୀରେ ସ୍ଥିତି ଭୟଙ୍କର ଭାରତରେ I କରୋନା ଆକ୍ରାନ୍ତଙ୍କୁ ପଶୁ ଠାରୁ ବି ହୀନ ବ୍ୟବହାର କରାଯାଉଛି I କରୋନା ଚିକିତ୍ସାକୁ ନେଇ ସୁପ୍ରିମକୋର୍ଟ ଆଜି ଦିଲ୍ଲୀ ସରକାରଙ୍କୁ ଭର୍ତ୍ସନା କରିବା ସହ ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ତାମିଲନାଡୁରେ ପରିସ୍ଥିତି ଗମ୍ଭୀର ଥିବାରୁ ରାଜ୍ୟ ସରକାରମାନଙ୍କୁ ଅଧିକ ଦାୟିତ୍ବବାନ ହେବାକୁ ତାଗିଦ କରିଛନ୍ତି I ଦିଲ୍ଲୀରେ ଅଳିଆଗଦାରୁ ଏକ ମୃତଦେହ ମିଳିବା ପରେ ସୁପ୍ରିମକୋର୍ଟ କରୋନା ରୋଗୀଙ୍କୁ ଠିକ୍ ଭାବେ ବ୍ୟବହାର କରାଯାଉ ନଥିବା ନେଇ ଦିଲ୍ଲୀ ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି I ଏପରିକି ରୋଗୀ ମରିଯିବା ପରେ ବି ପରିବାର ଲୋକଙ୍କୁ ସୂଚନା ଦିଆଯାଉନାହିଁ I ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ କଣ ପାଇଁ ଦୈନିକ କରୋନା ଟେଷ୍ଟ ସଂଖ୍ୟା 7 ହଜାରରୁ 5 ହଜାରକୁ କମିଛି ବୋଲି କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓାଲଙ୍କୁ ପ୍ରଶ୍ନ କରିଛନ୍ତି I କରୋନା ମୁକାବିଲା କରିବାରେ ଦିଲ୍ଲୀ ସରକାର ପୁରା ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିଓାଲ କହି ଆସୁଥିବା ବେଳେ କେନ୍ଦ୍ର ଗାଇଡଲାଇନ ଠିକଭାବେ ପାଳନ ହେଉନାହିଁ I ଯେଉଁହାରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି, ଜୁଲାଇ ଶେଷ ସୁଦ୍ଧା ସାଢେ ପାଞ୍ଚ ଲକ୍ଷ ଛୁଇଁବ ବୋଲି ଆକଳନ କରାଯାଇଛି I

LEAVE A REPLY

Please enter your comment!
Please enter your name here