ବାତ୍ୟା ମୋନ୍ଥା ସ୍ଥଳଭାଗ ଛୁଇଁବା ପରେ ଧୀରେ ଧୀରେ ଦୁର୍ବଳ ହୋଇ ଏବେ ଘୂର୍ଣ୍ଣିଝଡ଼ର ରୂପ ନେଇଛି। ପୂର୍ବ ଅନୁମାନ ଅନୁଯାୟୀ କାକିନଡ଼ାରେ ନୁହେଁ, ବରଂ ନର୍ସାପୁର ନିକଟରେ ଏହା ସ୍ଥଳ ଭାଗ ଛୁଇଁଛି। ଏବେ ମୋନ୍ଥା ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୦ କିମି ବେଗରେ ଗତି କରୁଛି। ଏହାର ଦିଗ ପରିବର୍ତ୍ତନ ହେତୁ ଓଡ଼ିଶାରେ କମ୍ ପ୍ରଭାବ ପଡ଼ିଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ବାତ୍ୟା ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ।ଓଡ଼ିଶା ଉପରେ ଆଉ ବାତ୍ୟାର ପ୍ରଭାବ ନାହିଁ । ବାତ୍ୟା ଚାଲିଯାଇଥିବାବେଳେ ରାଜ୍ୟରେ ଆଜି ବି କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ । ସେଥିପାଇଁ ପୂର୍ବରୁ ଦିଆଯାଇଥିବା ରେଡ୍ ୱାର୍ଣ୍ଣିଂକୁ ହଟାଇ ଦିଆଯାଇଛି । କେବଳ ମାଲକାନଗିରି ଏବଂ କୋରାପୁଟ ପାଇଁ ୟେଲୋ ୱାର୍ଣ୍ଣିଂ ଥିବାବେଳେ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର କିଛି ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଦିଆଯାଇଛି । ବାତ୍ୟା ମୋନ୍ଥାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବି ବର୍ଷା ଜାରି ରହିଛି। ପାଣିପାଗ ବିଭାଗ ଅନୁସାରେ, ଗତକାଲି ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ସର୍ବାଧିକ ୫୧.୭ ମି.ମି. ବର୍ଷା ରେକର୍ଡ ହୋଇଛି। କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ିରେ ୫୧ ମି.ମି., ଯାଜପୁରରେ ୪୨.୪ ମି.ମି., ଭଦ୍ରକରେ ୩୭ ମି.ମି. ଓ କୋରାପୁଟରେ ୩୬ ମି.ମି. ବର୍ଷା ହୋଇଥିବା ତଥ୍ୟ ମିଳିଛି।

LEAVE A REPLY

Please enter your comment!
Please enter your name here