ସମୀର ମହାନ୍ତି ହେଲେ ରାଜ୍ୟ ବିଜେପିର ନୂଆ ସଭାପତି I ଦଳୀୟ ସହମତିରେ ଏକମାତ୍ର ପ୍ରାର୍ଥୀ ଭାବେ ସମୀର ନାମାଙ୍କନ ଦାଖଲ କରିବା ପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି I ଏବିଭିପିରୁ ସଂଗଠନରେ ରହି ଆସିଥିବା ସମୀର ଦୀର୍ଘବର୍ଷ ଧରି ଦଳୀୟ ସଂଗଠନ ପାଇଁ କାର୍ଯ୍ୟ କରିଆସୁଛନ୍ତି I ଏହା ପୂର୍ବରୁ ସେ ଦଳର ସଂପାଦକ, ସାଧାରଣ ସଂପାଦକ ଓ ଉପସଭାପତି ରହି ଆସିଥିବା ବେଳେ ଏବେ ସଭାପତି ପଦ ମଣ୍ଡନ କରିଛନ୍ତି I

LEAVE A REPLY

Please enter your comment!
Please enter your name here