‘ମୋନ୍ଥା’ ବାତ୍ୟାର ପ୍ରଭାବରେ ଗଜପତି ଜିଲ୍ଲାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଅଗ୍ନିଶମ ବିଭାଗର ଡିଜି ସୁଧାଂଶୁ ଷଡଙ୍ଗୀ ଏହି ସୂଚନା ଦେଇଛନ୍ତି। କାଶୀନଗର ଓ ଆର.ଉଦୟଗିରିରେ ମାଟି ଅତଡ଼ା ଖସିଛି। ଗୁମ୍ଫା, ମୋହନା ଏବଂ ରାୟଗଡ଼ା ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି। ଭୁସ୍ଖଳନ ସହ ଚିକିଟି ଓ ପାତ୍ରପୁରରେ ପ୍ରବଳ ବର୍ଷା ଯୋଗୁଁ ଅନେକ ଗଛ ଉପୁଡି ପଡିଛି। ଗଛ ଉପୁଡ଼ିବା ନେଇ ମୋଟ ୨୨ଟି ଅଭିଯୋଗ ଆସିଛି। ବାତ୍ୟା ଯୋଗୁଁ ଗତକାଲି ରାତିଠାରୁ ପ୍ରବଳରୁ ଅତି ପ୍ରବଳ ଲାଗି ରହିଛି। ମହେନ୍ଦ୍ରଗଡ଼, ଉଦୟପୁର ଅଞ୍ଚଳରେ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା, ଏହାପରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଗଛ କାଟି ରାସ୍ତା ସଫା କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଛି।

LEAVE A REPLY

Please enter your comment!
Please enter your name here