ଗଜପତି ଜିଲ୍ଲା କାଶିନଗର ଏନଏସି କୁମୁଟି ସାହିର ଜଣେ ଶିଶୁ ନିଖୋଜ ହୋଇଯାଇଛି । ଗତକାଲି ଯାମ୍ମି ମନ୍ମଧାଙ୍କ ପୁଅ ଯାମ୍ମୀ ହାର୍ଦ୍ଦିକ ଖେଳୁଥିବାବେଳେ ହଠାତ ନିଖୋଜ ହୋଇଯାଇଥିଲା । ଦୁଇଜଣ ଅଜଣା ବ୍ୟକ୍ତି ବାଇକ୍‌ରେ ଆସି ଜାମିଙ୍କୁ ଉଠାଇନେଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ସାରା ରାଜ୍ୟରେ ନିତିଦିନ ଏପରି ଘଟଣା ଦେଖିବାକୁ ମିଳିଛି । ଗତକାଲି ମଧ୍ୟ ଢେଙ୍କାନାଳରେ ମଧ୍ୟ ଜଣେ ଶିଶୁପୁତ୍ର ଗାଏବ ହୋଇଯାଇଥିଲା । ତେବେ ଆଜି ସକାଳୁ ତାହାର ମୃତ୍ୟୁ ଦେହ ଉଦ୍ଧାର ହୋଇଛି । ତେବେ କ୍ରମାଗତ ଭାବରେ ରାଜ୍ୟରେ ଏପରି ଭାବରେ ଶିଶୁପୁତ୍ର ଗାଏବ ଘଟଣା ଏବେ ଚର୍ଚ୍ଚାରେ ରହିଛି ।

LEAVE A REPLY

Please enter your comment!
Please enter your name here