ବାମ ଗୋଡ ବଦଳରେ ଡାକ୍ତର କଲେ ଡାହାଣ ଗୋଡ ଅପରେସନ. ଏହାଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ. ଆପଣ ଭାବୁଥିବେ ଯେ, ଜଣେ ଡାକ୍ତର କିଭଳି ଏମିତି କରିପାରିବେ. ହେଲେ ଏହା ସଂପୂର୍ଣ୍ଣରୂପେ ସତ. ଜଣେ ଡାକ୍ତର ଦାୟିତ୍ୱହିନ ହୋଇ ଏଭଳି କରିଥିବା ଜଣା ପଡିଛି. ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସବଡିଭିଜନର ଖଦବାଲି ଗାଁରେ. ଉକ୍ତ ଗାଁର ମିତାରାଣୀ ଜେନା ନାମକ ଜଣେ ମହିଳା ବାମ ଗୋଡରେ ଯନ୍ତ୍ରଣା ପାଇଁ  ଆନନ୍ଦପୁର ହସ୍ପିଟାଲ ଯାଇଥିଲେ. ସେଠାରେ ଡାକ୍ତର ଗୋଡର ଅପରେସନ ପାଇଁ ପରାମର୍ଶ ଦେଇଥିଲେ. ମାତ୍ର ବାମ ଗୋଡ ପରିବର୍ତ୍ତେ ଡାକ୍ତର କରିଥିଲେ ଡାହାଣ ଗୋଡର ଅପରେସନ. ପରବର୍ତ୍ତୀ ସମୟରେ ଏଭଳି ଗୁରୁତର ଭୁଲ ଜାଣିବା ପରେ ଡାକ୍ତର ବାମ ଗୋଡର ଅସ୍ତ୍ରୋପଚାର କରିଥିଲେ.

 

LEAVE A REPLY

Please enter your comment!
Please enter your name here