ଜଣେ ଶିକ୍ଷୟତ୍ରୀଙ୍କୁ ପ୍ରେମ ନିବେଦନ କରି ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରି ଗିରଫ ହୋଇଛନ୍ତି ଜଣେ ସ୍କୁଲର କିରାଣୀ । ଏହି ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ଅଞ୍ଚଳରେ । ଏହି ଅଞ୍ଚଳର ଦୁର୍ଗୀ ହାଇସ୍କୁଲକୁ ବଦଳି ହୋଇ ଆସିଥିଲେ ସସ୍ମିତା ସୁବୁଦ୍ଦି ନାମକ ଜଣେ ଶିକ୍ଷୟତ୍ରୀ । ସେଠାରେ ସେ ମାସେ କାମ କରିବା ପରେ ମାସ ଶେଷରେ ତାଙ୍କୁ ଦରମା ମିଳିନଥିବାରୁ,ସେ ଡିଇଓ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଥିଲେ । ହେଲେ ତାଙ୍କୁ ଦୁର୍ଗୀ ହାଇସ୍କୁଲରେ ପୋଷ୍ଟିଙ୍ଗ ନାହି ବୋଲି ତେଣୁ ଦରମା ମିଳିବ ନାହିଁ ବୋଲି ଉତ୍ତର ମିଳିଥିଲା । ଠିକ ଏହି ସମୟରେ ତାଙ୍କୁ ସହଯୋଗ କରିବାର ଆଳ ଦେଖାଇ କିରାଣୀ ସତ୍ୟନାରାୟଣ ବିଶୋୟୀ ନିଜ ଘରକୁ ଡାକିଥିଲେ । ପରେ ସେ ଫୋନ ଯୋଗେ ସେହି ଶିକ୍ଷୟତ୍ରୀଙ୍କୁ ପ୍ରେମ ନିବେଦନ କରିବା ସହିତ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ଏହି ଘଟଣାକୁ ନେଇ ଶିକ୍ଷୟତ୍ରୀ ଡିଇଓଙ୍କୁ ଅଭିଯୋଗ କରିବା ପରେ ଡିଇଓ ସଂପୃକ୍ତ କିରାଣୀଙ୍କୁ ବଦଳି କରିଦେଇଥିଲେ । ତେବେ ଏହି ଘଟଣାରେ ପ୍ରତିଶୋଧ ପରାୟଣ ହୋଇ କିରାଣୀ ଜଣକ ଶିକ୍ଷୟତ୍ରୀଙ୍କୁ ଧମକଚମକ ଦେଉଥିବା ଅଭିଯୋଗ କରିଛନ୍ତି । ଆଜି ଶିକ୍ଷୟତ୍ରୀ ଜଣକ ରାୟଗଡା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ପରେ ଘଟଣାର ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here