ଭାଜପା ଅଧ୍ୟକ୍ଷ ଅମିତ ଶାହାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ମଙ୍ଗଳବାର ସେ ଦିଲ୍ଲୀ ଫେରୁଛନ୍ତି. ଫଳରେ ପଶ୍ଚିମବଙ୍ଗ ଝାରଗ୍ରାମରେ ହେବାକୁ ଥିବା ରାଲିରେ ସେ ଯୋଗ ଦେଇପାରିବେ ନାହିଁ ବୋଲି ସୂଚନା ମିଳିଛି. ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ଅମିତ କିଛି ଦିନ ପୂର୍ବେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ପରେ ଡିସଚାର୍ଜ ହୋଇଥିଲେ. ମାତ୍ର ଏବେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିନାହିଁ. ଯେଉଁଥିପାଇଁ ସେ ଚିକିତ୍ସିତ ହେବେ ବୋଲି ସୂଚନା ମିଳିଛି. ଅନ୍ୟପଟେ କୌଣସି ରାଲିରେ ଯୋଗ ନ ଦେବା ପାଇଁ ଡାକ୍ତର ଅମିତଙ୍କୁ ପରାମର୍ଶ ଦେଇଛନ୍ତି.

LEAVE A REPLY

Please enter your comment!
Please enter your name here