ଗଛ କଟା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ | ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗଛ ନକାଟିବା ପାଇଁ ନିର୍ଦେଶ ଦେଇଛନ୍ତି କୋର୍ଟ | ମୁମ୍ବାଇର ଆରେ କଲୋନିରୁ ମହାରାଷ୍ଟ୍ର ସରକାର ଗଛ କାଟିଥିଲେ | ଯାହାକୁ ନେଇ ପ୍ରତିବାଦ ସୃଷ୍ଟି ହୋଇଥିଲା | ଏପରିକି ପ୍ରତିବାଦକାରୀଙ୍କୁ ଗିରଫ କରାଯାଇଥିଲା | ତେବେ ଏହି ମାମଲାକୁ ନେଇ ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୧ ତାରିଖକୁ ଧାର୍ଯ୍ୟ କରାଯାଇଛି | ମୁମ୍ବାଇ ମେଟ୍ରୋ ନିମନ୍ତେ କାର୍‌ ସେଡ୍‌ ନିର୍ମାଣ କରିବାକୁ ସେଠାରେ ଗଛ କଟା ହେଉଥିବା କଥାକୁ ଚାଲେଞ୍ଜ୍‌ କରି ଦାଏର ହୋଇଥିବା ପିଟିସନ୍‌ର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ନିଷ୍ପତି ଶୁଣାଇଛନ୍ତି | ଏଥିସହ ଗିରଫ ହୋଇଥିବା ପ୍ରତିବାଦକାରୀଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ତୁରନ୍ତ ମୁକ୍ତ କରିବାକୁ ମଧ୍ୟ ଅଦାଲତ ଆଦେଶ ଦେଇଛନ୍ତି |

LEAVE A REPLY

Please enter your comment!
Please enter your name here