ବ୍ରହ୍ମଗିରିର ବିଜେପି ବିଧାୟିକା ଉପାସନା ମହାପାତ୍ର , ନାଁ ନ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି,ଆମେ ସାଇକ୍ଲୋନ ଭଳିଆ ଆଗେଇ ଯାଉଛୁ। ଆଉ ଆଗକୁ ଅଟକିବୁ ନାହିଁ। ଏଇଟା ଥିଲା ଟ୍ରେଲର। ଆଗକୁ ପୂରା ଫିଲ୍ମ ବାକି ଅଛି। କୃଷ୍ଣପ୍ରସାଦ ବ୍ଲକ ଚେୟାରମ୍ୟାନ ସରୋଜିନୀ ତରାଇ ଏବଂ ପୂର୍ବତନ ବ୍ଲକ ଚେୟାରମ୍ୟାନ ବିଜୟ ତରାଇଙ୍କ ସମର୍ଥକ ମାନେ ବିଜେପିରେ ସାମିଲ ହେବ ପରେ ବିଜେଡ଼ିକୁ ଟାର୍ଗେଟ କରିଛନ୍ତି ଉପାସନା।ସେ କହିଛନ୍ତି, ଗାନ୍ଧିଜୀଙ୍କ ତିନୋଟି ମାଙ୍କଡ ଥିଲେ। ସେମାନେ ଖରାପ ଦେଖୁ ନଥିଲେ, କହୁ ନଥିଲେ ଓ ଖରାପ ଶୁଣୁ ନଥିଲେ। କିନ୍ତୁ ବିଜେଡ଼ି ରାଜ୍ୟର କିଛି ଭଲ ଦେଖିବ ନାହିଁ। ରାଜ୍ୟ ସରକାରଙ୍କ ବିଷୟରେ କିଛି ଭଲ ଶୁଣିବ ନାହିଁ। କିଛି ଭଲ କହିବ ନାହିଁ, ଏହି ଧାରାରେ ଚାଲିଛି। ବିଜେଡିରେ ଜଣଙ୍କ ପରେ ଜଣେ ନେତାଙ୍କୁ ନିଲମ୍ବନ କରାଯାଉଥିବା ବେଳେ ଏନେଇ ସେ କହିଛନ୍ତି ଯେ,ବିଜେଡିରେ ସସ୍‌ପେଣ୍ଡ୍‌, ବହିଷ୍କାର କରି କରି ମୁଖିଆଙ୍କୁୁ ମିଶାଇ ମାତ୍ର ୩ ରହିବେ। ଜଣେ ତାମିଲନାଡୁରୁ ଆସିଛନ୍ତି, ଆଉ ଜଣେ ଉପକୁଳିଆ, ଆଉ ନିଜେ ମୁଖିଆ। ବିଜେପିରେ ଯେମିତି ମିଶ୍ରଣ ଚାଲୁଛି ବିଜେଡିରେ ସେମିତି ନିଲମ୍ବନ ପ୍ରକ୍ରିୟା ଚାଲିଥିବ।

LEAVE A REPLY

Please enter your comment!
Please enter your name here