ଶେଷରେ ବହୁ ବାଦବିବାଦ ପରେ ବିଜେଡିରେ ଯୋଗ ଦେବେ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ. ଆସନ୍ତା 6 ତାରିଖରେ ସେ ବିଜେଡିରେ ମିଶିବେ ବୋଲି ସୂଚନା ଦେଇଛନ୍ତି. 22 ଜାନୁୟାରୀରୁ ଓଡିଶା ବିଧାନସଭାରୁ ଇସ୍ତଫା ଦେଇଥିଲେ ଯୋଗେଶ. ଦଳ ବିରୋଧୀ ମନ୍ତବ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା. ଏହାପରେ ଯୋଗେଶ ଦଳ ଛାଡିଥିଲେ ଓ ଇସ୍ତଫା ପତ୍ର ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଠାଇଥିଲେ. ଆଗକୁ  ନିର୍ବାଚନ ଆସୁଥିବା ବେଳେ କଂଗ୍ରେସ କର୍ମୀ ଏବେ ନିଜ ଦଳ ଛାଡି ଧିରେଧିରେ ବିଜେଡି ମୁହାଁ ହେବାରେ ଲାଗିଛନ୍ତି.

LEAVE A REPLY

Please enter your comment!
Please enter your name here