ବିଜେଡି ନେତା ମନ୍ମଥ ରାଉତରାୟଙ୍କ ନାମରେ ମାମଲା ରୁଜୁ। ମନ୍ମଥଙ୍କ ବିରୋଧରେ ଭୁବନେଶ୍ୱର ସାଇବର ଥାନା ମାମଲା ରୁଜୁ କରିଛି । ବିଜେପି ଲିଗାଲ ସେଲ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତି ଆପତ୍ତିଜନକ ମନ୍ତ୍ୟବ ଦେଇଥିବା ପାଇଁ ବିଜେପି ଲିଗାଲ ସେଲ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ମନ୍ମଥଙ୍କ ବିରୋଧରେ ୫ଟି ଦଫା ଲାଗୁ ହୋଇଛି। ଏନେଇ ମନ୍ମଥଙ୍କ କିଛି ପ୍ରତିକ୍ରିୟା ମିଳି ପାରିନାହିଁ , ବର୍ତ୍ତମାନ ସେ ମୁମ୍ବାଇରେ ଅଛନ୍ତି, ଭୁବନେଶ୍ବର ପହଂଚିବା ପରେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିବେ ବୋଲି ସୂଚନା ରହିଛି। ମନ୍ମଥ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ଏବଂ ଭିତ୍ତହୀନ ମତାମତ ପୋଷ୍ଟ କରିଥିବା ଅଭିଯୋଗରେ, ବିଜେପି ମିଡିଆ ସେଲ୍ ୧୪ ତାରିଖରେ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛି ।

LEAVE A REPLY

Please enter your comment!
Please enter your name here