ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ମୃତ୍ୟୁ ମାମଲାରେ ତିନି ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଅମ୍ରିତ ବିଶ୍ୱାଳ, ଦିନେଶ ଏବଂ ମୃତ୍ୟୁଞ୍ଜୟ ।

ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ଆଜି ମନୀଷ ମୃତ୍ୟୁର ଖୁଲାସା କରିଛନ୍ତି । ମନୀଷଙ୍କ ସମେତ ଚାରିସାଙ୍ଗ ପ୍ରଥମେ ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ଏକ ହୋଟେଲକୁ ଯାଇଥିଲେ । ସେଠାରେ ରାତିରେ ରହିବା ପରେ ଭୋର ସମୟରେ ସହର ଉପକଣ୍ଠ ପାତ୍ରପଡା ସ୍ଥିତ ହୋଟେଲ ସାଉଥ ସିଟିକୁ ଯାଇଥିଲେ । ଏବଂ ସେଠାରେ ବିଲ୍ ପେମେଣ୍ଟକୁ ନେଇ ସାଙ୍ଗମାନଙ୍କ ମଧ୍ୟରେ ବଚସା ହୋଇଥିଲା । ହୋଟେଲ ବିଲ୍ ପେମେଣ୍ଟ ପରେ ମନୀଷ ହୋଟେଲ ବାହାରକୁ ଚାଲି ଆସିଥିଲା । ମାତ୍ର ହୋଟେଲ ବାହାରେ ସାଙ୍ଗମାନେ ମିଶି ମନୀଷକୁ ଆକ୍ରମଣ କରିଥିଲେ । ଅମ୍ରିତ, ଦୀନେଶ ଓ ମୃତ୍ୟୁଞ୍ଜୟ ତିନିଜଣ ସାଙ୍ଗ ମନୀଷକୁ ଆକ୍ରମଣ କରିବା ଫଳରେ ଘଟଣାସ୍ଥଳରେ ମନୀଷର ମୃତ୍ୟୁ ହୋଇଥିଲା । ମନୀଷ ମରିଯିବା ପରେ ସେମାନେ ତାକୁ ନିକଟସ୍ଥ ପୋଖରୀରେ ଫିଙ୍ଗି ଚାଲି ଯାଇଥିଲେ । ତେବେ ମୃତ୍ୟୁଞ୍ଜୟ ଓ ଦୀନେଶ କନ୍ଧମାଳର ହୋଇଥିବାରୁ ସେମାନେ ଭୁବନେଶ୍ବରରୁ କନ୍ଧମାଳ ଚାଲି ଯାଇଥିଲେ ।

ହତ୍ୟା ଏବଂ ପ୍ରମାଣ ନଷ୍ଟ ଅଭିଯୋଗରେ ମନୀଷର ତିନିଜଣ ସାଙ୍ଗଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ମୃତ୍ୟୁଞ୍ଜୟ ଓ ଦିନେଶ କନ୍କୁଧମାଳରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । କମିଶନରେଟ ପୋଲିସ ଫୁଲବାଣୀରୁ ଭୁବନେଶ୍ୱର ଆଣି ପଚରାଉଚରା କରିବା ପରେ ଗିରଫ କରିଛି । ତେବେ ତିନି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ତଦନ୍ତ କରାଯିବା ସହ ହତ୍ୟାକାଣ୍ଡରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ, ତଦନ୍ତ କରାଯିବ ବୋଲି କହିଛନ୍ତି ଡିସିପି । ଗତ ୧୦ ତାରିଖରେ ଭୁବନେଶ୍ୱର ପାତ୍ରପଡା ଗାଁ ପୋଖରୀରେ ଭାସୁଥିବା ଅବସ୍ଥାରେ ମନୀଷଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଥିଲା । ଏହି ଘଟଣାରେ ମନୀଷଙ୍କର ୫ ଜଣ ସାଙ୍ଗକୁ ଅଟକ ରଖି ଜେରା କରୁଥିଲା ପୋଲିସ ।

LEAVE A REPLY

Please enter your comment!
Please enter your name here