ବିଜେପିର ପୁରୀ ଲୋକସଭା ଆସନ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ. ନୋଟିସ ଜାରି କରିଛନ୍ତି ପୁରୀ ଜିଲ୍ଲାପାଳ. ନିର୍ବାଚନ ଆଚରଣ  ବିଧି ଉଲ୍ଲଘଂନ କରିଥିବାରୁ ସମ୍ବିତଙ୍କୁ ଏହି କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି. ତେବେ ଗତକାଲି କଂଗ୍ରେସର 6 ଜଣିଆ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ସମ୍ବିତଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ. ସେ ବିନା ଅନୁମତିରେ ହାତରେ ଜଗନ୍ନାଥଙ୍କୁ ଧରି ଉତ୍ତରାରୁ ପୁରୀ ଶୋଭାଯାତ୍ରା କରିଥିଲେ. ଯେଉଁଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ କଂଗ୍ରେସ ଏହି ଅଭିଯୋଗ ଆଣିଥିଲା.  ଜଗନ୍ନାଥଙ୍କୁ ଏପରି ଭାବେ ହାତରେ ଧରି ଓଡିଆଙ୍କ ଭାବନା ସହ ସମ୍ବିତ ଖେଳିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ଏବଂ ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛି.

LEAVE A REPLY

Please enter your comment!
Please enter your name here