ଦିନକୁ ଦିନ ଗାଜାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଇସ୍ରାଏଲ ବୋମା ମାଡରେ ଗାଜାରେ ବିଧ୍ବଂସର ଦୃଶ୍ୟ । ହମାସ ଆତଙ୍କବାଦୀଙଅକୁ ନିପାତ କରିବା ପାଇଁ ଇସ୍ରାଏଲର ଅଭିଯାନରେ ବଳି ପଡି ଯାଉଛନ୍ତି ସାଧାରଣ ନାଗରିକ, ନୀରିହ ମହିଳା ଓ ନିଷ୍ପାପ ଶିଶୁ । ହସପିଟାଲରେ ରୋଗୀଙ୍କ ପାଇଁ ଚିକିତ୍ସା ନାହିଁ । ଖାଦ୍ୟ ନାହିଁ କି ପାଣି ନାହିଁ । ହା ହା କାରରେ ସାଧାରଣ ନାଗରିକ । ତେବେ ଗାଜାରୁ ସାଧାରଣ ନାଗରିକ ନିରାପଦ ସ୍ଥାନକୁ ଚାଲି ଯିବା ପାଇଁ ସତର୍କ କରାଇ ଦେଇଛି ଇସ୍ରାଏଲ । ହମାସ ଆତଙ୍କବାଦୀଙ୍କୁ ପ୍ରଶ୍ରୟ ନ ଦେବାକୁ ଚେତାବନୀ ଦେଇଛି । କିନ୍ତୁ ହମାସମାନେ ପଣବନ୍ଧୀ ରଖିଥିବା ଇସ୍ରାଏଲ ନାଗରିକଙ୍କୁ ରକ୍ଷା କବଚ ଭାବେ ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି । ଯେଉଁଠି ଇଶ୍ରାଏଲ ବୋମାମାଡ କରିବ, ସେହି ସ୍ଥାନରେ ହମାସମାନେ ପଣବନ୍ଦୀଙ୍କୁ ରଖିଥିବା ଇସ୍ରାଏଲ କହିଛି । ମିଳିଥିବା ସୂଚନା ଅୁଯାୟୀ ହମାସଙ୍କ କବଳରେ ପଣବନ୍ଦୀ ଥିବା 9 ଜଣ ଇସ୍ରାଏଲ ନାଗରିକ ବୋମାମାଡରେ ପ୍ରାଣ ହରାଇଛନ୍ତି । ଦିନକୁ ଦିନ ଯୁଦ୍ଧର ବିଭୀଷିକା ବଢି ଚାଲିଥିବାରୁ ିସଲାମ ରାଷ୍ଟ୍ର ସଂଗଠନର ଜରୁରୀକାଳୀନ ବୈଠକ ଆଶନ୍ତା ବୁଧବାର ଦିନ ଡକାଯାଇଛି । ସାଉଦୀ ଆରବରେ ଏହି ସମ୍ମିଳନୀ ଅୁଷ୍ଠିତ ହେବ । ଜାତିସଂଘ ପରେ ଏହା ହେଉଛି ବିଶ୍ବର ଦ୍ବିତୀୟ ବୃହତ୍ତମ ରାଷ୍ଟ୍ର ସଂଘ । ଚାରୋଟି ମହାଦେଶର 57ଟି ଇସଲାମିକ ରାଷ୍ଟ୍ର ଏଙାର ସଦସ୍ୟ ରହିଛନ୍ତି । ତେବେ ଗାଜା ଉପରେ ଇସ୍ରାଏଲ ଆକ୍ରମଣରୁ ସାଧାରଣ ନାଗିରକଙ୍କୁ ସୁର୍କ୍ଷିତ ରଖିବା ପାଇଁ ଏଙି ସମ୍ମିଳନୀରେ ବିଚାର ଆଲୋଚନା କରାଯିବ ।

LEAVE A REPLY

Please enter your comment!
Please enter your name here