ମସ୍କୋରେ ଆୟୋଜିତ Moscow Wushu Stars-2019 Championship ରେ ବାଜି ମାରିଲେ ଓଡିଆ ଝିଅ ମଞ୍ଜୁ ମୁଣ୍ଡା. ମଞ୍ଜୁଙ୍କ ଏହି ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ସିଆଳିଯୋଡାର ହେଉଛନ୍ତି ମଞ୍ଜୁ. ଫାଇନାଲ ରାଉଣ୍ଡରେ ନିଜ ସମକକ୍ଷକୁ ହରାଇ ମଞ୍ଜୁ ଏହି ସ୍ୱର୍ଣ୍ଣ ପଦକ ହାସଲ କରିପାରିଛନ୍ତି. କେବଳ ଓଡିଶା ନୁହେଁ ବରଂ ଦେଶ ପାଇଁ ସେ ଗୌରବ ଆଣିଦେଇଛନ୍ତି. ସେମିଫାଇନାଲରେ ଇଜିପ୍ଟକୁ ହରାଇ କ୍ୱାର୍ଟର ଫାଇନାଲରେ  କଜାକସ୍ଥାନକୁ ହରାଇବାରେ ସଫଳ ହୋଇଥିଲେ ମଞ୍ଜୁ. ମଞ୍ଜୁଙ୍କ ଏହି ସଫଳତା ପାଇଁ ଆଜି ସାରାଦେଶ ଗର୍ବିତ ଅନୁଭବ କରୁଛି. ତେବେ ଭାରତର 28ଜଣ ଖେଳାଳୀଙ୍କ ମଧ୍ୟରେ ଓଡିଶାରୁ ମଞ୍ଜୁ ହିଁ ଏକୁଟିଆ ଥିଲେ ଯେଉଁଥିରେ ପଙ୍କଜ କୁମାର ମହନ୍ତଙ୍କ ସହ ଅନ୍ୟ ତିନି ଜଣ କୋଚ୍ ରହିଥିଲେ.  ମଞ୍ଜୁ ଏବେ ଯୋଡା ମହିଳା ମହାବିଦ୍ୟାଳୟରେ ଇଣ୍ଟରମିଡିଏଟ କରୁଛନ୍ତି. ପୂର୍ବରୁ 2017 ମସିହାରେ ଉତ୍ତରାଖଣ୍ଡରେ ଆୟୋଜିତ ଜାତୀୟ ସ୍ତରୀୟ ୟୁଶୁ ଚାମ୍ପିୟନସିପରେ ମଞ୍ଜୁ ବ୍ରୋଞ୍ଜ ପଦକ ଜିତିଥିଲେ.

LEAVE A REPLY

Please enter your comment!
Please enter your name here