5ଜି ଲାବୋରାଟୋରୀ ସ୍ଥାପନ ପାଇଁ କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାୟଳୟ ପକ୍ଷରୁ ଦେଶର ପ୍ରମୁଖ ଶହେଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ଚୟନ କରାଯାଇଛି । ଏହି ଶହେଟି ଉଚ୍ଚ ଶିକ୍ଷାନୁଷ୍ଠାନ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ ‘ସୋଆ’ ସ୍ଥାନ ପାଇଛି । ଇଣ୍ଡିଆନ ମୋବାଇଲ କଂଗ୍ରେସ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଘୋଷଣା କରିଛନ୍ତି । 5ଜି ଲାବୋରାଟୋରୀ ସ୍ଥାପନ ପାଇଁ ମନୋନୀତ ହେବା ପରେ ସୋଆ ବିଶ୍ବ ଇକୋ ଡିଜିଟାଲ ସିଷ୍ଟମ ସହ ଯୋଡି ହୋଇଯାଇଛି । 5ଜି ଲାବ୍ ସ୍ଥାପନ ଦ୍ବାରା ଛାତ୍ରଛାତ୍ରୀଙ୍କୁ ଅଧିକ କୁଶଳି କରିପାରିବା ସହ ଗ୍ରାମାଞ୍ଚଳରେ 5ଜି ସେବା ପ୍ରଦାନ କରିବାରେ ସମର୍ଥ ହୋଇପାରିବ ।
ପୂର୍ବରୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମଓ୍ବାର୍କ ତାଲିକାରେ ସୋଆ 15 ତମ ସ୍ଥାନରେ ରହିଥିଲା ।

LEAVE A REPLY

Please enter your comment!
Please enter your name here