ବିଧାନସଭାରେ ଉଠିଲା ଜଙ୍ଗଲ ନିଆଁ ପ୍ରସଙ୍ଗ । ପ୍ରଶ୍ନ କାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ଏବଂ ବିଜେପି ବିଧାୟକ । ଜଙ୍ଗଲ ଜଳୁଥିବାବେଳେ କଣ ପଦକ୍ଷେପ ନିଆଯାଉଛି ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏବଂ ବିଜେପି ବିଧାୟିକା କୁସୁମ ଟେଟେ ପ୍ରଶ୍ନ କରିଥିଲେ । ସେପଟେ ଏହି ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଧାନ କାଟିବା ବେଳେ ଯେଉଁ ବଳକା ରହିଯାଉଛି । ସେଥିରେ ଚାଷୀମାନେ ନିଆଁ ଲଗାଇଦେଉଛନ୍ତି । ଯେଉଁଥିପାଇଁ ସାଟେଲାଇଟରେ ଅଧିକ ନିଆଁ ଲାଗୁଥିବା ଆସୁଛି । ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ମହିଳା ସ୍ୱୟଂସହାୟିକା ଗୋଷ୍ଠୀ , ବନ ସୁରକ୍ଷା ସମିତିର ସହଯୋଗ ନିଆଯାଉଛି । ଗତକାଲି ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷ୍ୟତାରେ ବୈଠକ ହୋଇଥିଲା । ଯେଉଁମାନେ ଜଙ୍ଗଲ ଭିତରେ ପଶି ନିଆଁ ଲଗାଉଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି ।

LEAVE A REPLY

Please enter your comment!
Please enter your name here