ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନରେ ବିରୋଧୀଙ୍କ ହଟ୍ଟଗୋଳ ଏବଂ ନାରାବାଜି ଯୋଗୁଁ ବାଚସ୍ପତି ଗୃହକୁ ସାଢ଼େ ଏଗାରଟା ଯାଏ ମୁଲତବୀ ଘୋଷଣା କରିଛନ୍ତି । ଗୃହର ତୃତୀୟ ଦିନର କାର୍ଯ୍ୟଦିବସରେ ଉଭୟ ବିରୋଧୀ ବିଜେଡ଼ି ଏବଂ କଂଗ୍ରେସ ହଟ୍ଟଗୋଳ କରିଛନ୍ତି । ପ୍ରଶ୍ନ କାଳରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଉତ୍ତର ରଖୁଥିଲେ । ମୁଖ୍ୟ ବିରୋଧୀ ବିଜେଡ଼ି ଧାନ ମଣ୍ଡି ଅବ୍ୟବସ୍ଥା,ଚାଷୀ ମାରଣନୀତି, ଆଦିକୁ ପ୍ରସଙ୍ଗ କରି ହଙ୍ଗାମା ଆରମ୍ଭ ହୋଇଥିଲା । ସେହିପରି କଂଗ୍ରେସ ଚାଷୀ ସମସ୍ୟା ଏବଂ ୩୦୦ ୟୁନିଟ୍ ଯାଏ ବିଜୁଳି ବିଲ୍ ଛାଡ଼ ପ୍ରତିଶ୍ରୁତି ପାଳନକୁ ପ୍ରସଙ୍ଗ କରିଥିଲେ । ସମସ୍ତ ସଦସ୍ୟ ଗୃହର ମଧ୍ୟ ଭାଗକୁ ଆସି ବାଚସ୍ପତିଙ୍କ ପୋଡ଼ିୟମ ତଳେ ନାରାବାଜି କରି ଗୃହରେ ହଙ୍ଗାମା କରିଥିଲେ । ତଥାପି କୌଣସି ସଦସ୍ୟ ନ ଶୁଣିବାରୁ ଗୃହ ଚଳାଇବା ଅସମ୍ଭବ ଥିଲା । ଶେଷରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ଆସନ୍ତାକାଲି ବଜେଟ୍ ଉପସ୍ଥାପନ ହେବ। ଏହା ପୂର୍ବରୁ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ ।

LEAVE A REPLY

Please enter your comment!
Please enter your name here