ଆପଣ ଦେଖୁଥିବା ଏ ଦୃଶ୍ୟ ହେଉଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଆମ୍ବସରମୁଣ୍ଡା ଗାଁର । ଶହ ଶହ ଲୋକଙ୍କ ଗହଣରେ ଓ ହାତରେ ଖଣ୍ଡା ଧରି ଥରୁଥିବା ବ୍ୟକ୍ତି ଜଣକ କିଏ ବୋଲି ଭାବୁଛନ୍ତି । ଏ ସମସ୍ତଙ୍କ ଲୋକ ପ୍ରତିନିଧି । ଆଠମଲ୍ଲିକର ବିଜେଡି ବିଧାୟକ ରମେଶ ସାଏ । ଦେଖନ୍ତୁ ବିଧାୟକଙ୍କ ଏ ଅସ୍ୱାଭା ଭିକ ଆଚରଣକୁ । ଲୋକଙ୍କ ଘଣ୍ଟଘଣ୍ଟା , ଧୂପ ଦୀପ ହୁଳହୁଳିରୁ ଜଣାପଡୁଛି ବିଧାୟକଙ୍କୁ କାଳିସୀ ଲାଗିଛି । ସାମ୍ବଦଶମି ଅବସରରେ ଗାଁରେ ଥିବା ଗ୍ରାମଦେବତୀଙ୍କ ପୂଜାର୍ଚ୍ଚନାର ଆୟୋଜନ କରାଯାଇଥିଲା । ଅତିଥି ହୋଇ ଆସିଥିଲେ ବିଧାୟକ ରମେଶ ସାଏ । ହେଲେ ଶୋଭାଯାତ୍ରାରେ ଆଗରେ ଚାଲୁଥିବା ବିଧାୟକ ହଠାତ ଏମିତି ଆଚରଣ ଦେଖାଇଥିଲେ । ଲୋକେ ବିଧାୟକଙ୍କୁ କାଳିସୀ ଲାଗିଛି ଭାବି କିଏ ବିଧାୟକଙ୍କ ପାଦତଳେ ପଡି ପୂଜାର୍ଚ୍ଚନା କରିଥିଲେ । ତ କିଏ ପାଦ ଧୋଇ ଦେଉଥିଲେ । ଏଭଳି ଦୃଶ୍ୟ ଶହ ଶହ ଲୋକଙ୍କ ଆଗରେ ଘଟିଥିବାବେଳେ ଆଜି ଏହା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏ ସମ୍ପର୍କରେ ଆଠମଲ୍ଲିକ ବିଧାୟକଙ୍କ କୌଣସି ପ୍ରତିକ୍ରୀୟା ମିଳିପାରିନାହିଁ । ତେବେ ଏଠି ପ୍ରଶ୍ନ ଉଠୁଛି ଆଜିର ଯୁଗରେ ବିଗ୍ୟାନ ଏବଂ ମନୁଷ୍ୟ ଯେତେବେଳେ ବହୁ ଆଗରେ ପହଁଞ୍ଚି ସାରିଛି । ସେଠାରେ ସଚେତନତା ଅଭାବରୁ ଏବେବି ଅନେକ ଯାଗାରେ ଅନ୍ଧ ବିଶ୍ୱାସ ବଞ୍ଚି ରହିଛି । ଏଭଳି କ୍ଷେତ୍ରରେ ଜଣେ ବିଧାୟକଙ୍କ ଏପରି କାର‌୍ୟ୍ୟ କେତେଦୂର ଗ୍ରହଣ ଯୋଗ୍ୟ ।

LEAVE A REPLY

Please enter your comment!
Please enter your name here