ଶବରୁ ଆଖି ଗାଏବ । ଏଭଳି ଅଘଟଣ ଘଟିଛି ଅନୁଗୁଳ ମେଡିକାଲରେ । ଗତକାଲି ରାତିରେ ବଅଁରପାଳ ବ୍ଳକ ନୂଆହତା ଗାଁର ୪ ବର୍ଷର ବାଳିକା ଗୁରୁତର ଅବସ୍ଥାରେ ମେଡିକାଲକୁ ଆସିଥିଲେ । ତେବେ ଝିଅଟିର ମୃତୁ୍ୟ ହୋଇଥିବାରୁ ବ୍ୟବଚ୍ଛେଦ ଲାଗି ମେଡିକାଲ ମର୍ଗରେ ରଖାଯାଇଥିଲା । ଆଜି ସକାଳୁ କିନ୍ତୁ ମୃତ ଦେହରେ ଆଖି ନଥିବା ଦେଖିବାକୁ ମିଳିଥିଲ । ଚିକିତ୍ସାଳୟରେ ଶବରୁ ଆଖି ତାଡ଼ିନେଇଥିବା ମୃତକଙ୍କ ବାପା ଅଭିଯୋଗ କରିଛନ୍ତି । କାଲି ଅସୁସ୍ଥ ଝିଅକୂ ଆଣି ଅନୁଗୁଳ ମେଡ଼ିକାଲରେ ଚିକିତ୍ସା କରାଇବା ବେଳେ ରାତିରେ ହିଁ ଝିଅଟିର ମୃତ୍ୟୁ ଘଟିଥିଲା । ପରେ ପୋଷ୍ଟମର୍ଟମ ପାଇଁ ଶବକୁ କାଲି ମର୍ଗରେ ରଖାଯାଇଥିଲା । କିନ୍ତୁ ଆଜି ପୋଷ୍ଟମର୍ଟମ ପାଇଁ ନେବା ବେଳେ ଆଖି ନଥିବା ଦେଖାଯାଇଥିବାରୁ ମୃତ ଝିଅର ବାପା ଡାକ୍ତରଖାନା ନାଁରେ ଅଭିଯୋଗ ଆଣିଛନ୍ତି । ଏନେଇ ଟାଉନ ଥାନାରେ ଅଭିଯୋଗ କରାଯାଇଛି । ତଦନ୍ତ ପରେ ମେଡ଼ିକାଲରେ ରିସିଭ ଡେଡ଼ ହେତୁ ପୋଷ୍ଟମର୍ଟମ ପାଇଁ ରଖାଯାଇଥିଲା । ତେଣୁ ଶବଟିର ଆଖି କୁଆଡ଼େ ଗଲା ମେଡ଼ିକାଲ କର୍ତ୍ତୃପକ୍ଷ କହିପାରିବେ, କିନ୍ତୁ ଏଯାଏଁ ତାଙ୍କର ମତାମତ ମିଳିପାରି ନାହିଁ ବୋଲି ଆଇଆଇସି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here