ଜବତ ହୋଇଛି 1 ହଜାର କେଜିର ବିସ୍ଫୋରକ. ଓଡିଶାରୁ ଯାଉଥିବା ବିସ୍ଫୋରକ ସାମଗ୍ରୀ ପଶ୍ଚିମବଙ୍ଗରେ ଜବତ ହୋଇଛି. ବିସ୍ଫୋରକ ସାମଗ୍ରୀ 24 ପ୍ରଗଣାକୁ ନିଆଯାଉଥିବା ସୂଚନା ମିଳିଛି. ଏକ ଟ୍ରକରେ ଓଡିଶାରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଏହାକୁ ଜବତ କରିଛି ପଶ୍ଚିମବଙ୍ଗର ସ୍ପେଶାଲ ଟାସ୍କଫୋର୍ସ.  27ଟି ବସ୍ତାରେ ପ୍ୟାକ ହୋଇ ପ୍ରାୟ 1 ହଜାର କେଜି ପୋଟାସିୟମ ନାଇଟ୍ରେଟ ଚାଲାଣ ହେଉଥିବା ସୂଚନା ମିଳିଛି. ଏଥିରେ ସଂପୃକ୍ତ ଥିବା ଦୁଇ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି. ଦୁଇ ଅଭିଯୁକ୍ତ ଇନ୍ଦ୍ରଜିତ ଭୂଇ ଓ ପଦ୍ମଲୋଚନ ଦେ ବୋଲି ଜଣାପଡିଛି. ତେବେ ସେମାନେ ଏତେ ପରିମାଣର ବିସ୍ଫୋରକ କଣ ପାଇଁ ନେଉଥିଲେ ଓ ଏହା ପଛରେ ଆଉ କେଉଁ ଗ୍ୟାଙ୍ଗ ସଂପୃକ୍ତ ଅଛି ତାର ପଚରାଉଚୁରା ପୋଲିସ ଜାରି ରଖିଥିବା ସୂଚନା ମିଳିଛି.

LEAVE A REPLY

Please enter your comment!
Please enter your name here