ଭୁବନେଶ୍ୱର ଚନ୍ଦ୍ରଶେଖରପୁରର କେଟିଏମ ସର୍ଭିସିଂ ସେଣ୍ଟରରେ ଅଗ୍ନିକାଣ୍ଡ । ଆଜି ଅପରାହ୍ନରେ ହଠାତ ସୋ’ରୁମରେ ନିଆଁ ଲାଗିଯାଇଥିଲା । ଏୟାର କଣ୍ଡିସନର କମ୍ପ୍ରେସର ଫାଟିଯିବାରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ତେବେ ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମର ଦୁଇଟି ଗାଡି ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଅଗ୍ନିକାଣ୍ଡରେ ସୋ’ରୁମର ବ୍ୟାପକ କ୍ଷୟକ୍ଷତି ହୋଇଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here