ଦିଲ୍ଲୀ ବିସ୍ଫୋରଣ ପରେ ଆହତମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକ୍ତରଖାନାରେ ଭେଟିଛନ୍ତି।ଭୁଟାନରୁ ଫେରିବା ପରେ ମୋଦି ସିଧାସଳଖ ଲୋକନାୟକ ଜୟ ପ୍ରକାଶ ହସ୍ପିଟାଲ ଯାଇ ପୀଡ଼ିତଙ୍କୁ ସାକ୍ଷାତ କରିଛନ୍ତି । ମୋଦି ପୀଡ଼ିତଙ୍କ ସହିତ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ପ୍ରଧନମନ୍ତ୍ରୀ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରିଛନ୍ତି ଯେ ଦୋଷୀମାନଙ୍କୁ ଦଣ୍ଡ ଏବଂ ପୀଡ଼ିତମାନଙ୍କୁ ନ୍ୟାୟ ମିଳିବ। ଦିଲ୍ଲୀରେ ହୋଇଥିବା ଭୟାବହ ଘଟଣା ସମସ୍ତଙ୍କ ମନକୁ ବ୍ୟଥିତ କରିଛି । ପରିବାରର ଦୁଃଖକୁ ବୁଝୁଛି । ଆଜି ସାରା ଦେଶ ସେମାନଙ୍କ ସହିତ ଛିଡ଼ା ହୋଇଛି । ତଦନ୍ତକାରୀ ସଂସ୍ଥା ଏହି ଷଡ଼ଯନ୍ତ୍ରର ମୂଳ ପର୍ଯ୍ୟନ୍ତ ଯିବେ । ଏହା ପଛରେ ଥିବା ଷଡ଼ଯନ୍ତ୍ରକାରୀଙ୍କୁ ଛଡ଼ା ଯିବ ନାହିଁ ବୋଲି ଷଡ଼ଯନ୍ତ୍ରକାରୀଙ୍କୁ ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଛନ୍ତି । ଦିଲ୍ଲୀ କାର୍ ବିସ୍ଫୋରଣରେ ଏପର୍ଯ୍ୟନ୍ତ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ମୃତ ୧୦ ଜଣଙ୍କ ମଧ୍ୟରୁ ୮ ଜଣଙ୍କ ପରିଚୟ ମିଳିଥିବାବେଳେ ୨ ଜଣଙ୍କର ମିଳି ପାରିନାହିଁ । ସମସ୍ତ ମୃତକଙ୍କ ନିକଟ ସମ୍ପର୍କୀୟ ପାଇଁ ଦିଲ୍ଲୀ ସରକାର ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।














