ଆଜି କରୋନାରେ ସର୍ବାଧିକ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମରୁ ୩, ସୁନ୍ଦରଗଡ ଓ ବାଲେଶ୍ୱରରୁ ୨ ଲେଖାଏଁ ଆଖୀ ବୁଜିଛନ୍ତି । ଗଜପତି, ଝାରସୁଗୁଡା, ଓ ରାୟଗଡାରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି । ଗଞ୍ଜାମର ୩ ମୃତକଙ୍କ ବୟସ ୬୦, ୩୦, ୬୦ ବର୍ଷ ରହିଛି । ସେହିପରି ସୁନ୍ଦରଗଡର ୬୦ ଓ ୫୪ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱରର ୨ ମୃତକ ୬୦ ବର୍ଷୀୟ ମହିଳା ଓ ୩୭ ବର୍ଷୀୟ ଯୁବକ । ଗଜପତିର ୩୭ , ଝାରସୁଗୁଡାର ୬୧, ରାୟଗଡାର ୪୭ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଆଜି ୩କୁ ମିଶାଇ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୭୩ରେ ପହଁଞ୍ଚିଲା । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୩୦କୁ ବୃଦ୍ଧି ।
ଆଜି ୨୪ ଜିଲ୍ଲାରୁ ୧୩୨୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୩୨୦ରୁ କ୍ୱାରେଣ୍ଟିନରୁ ୮୮୭ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୪୩୩ ରହିଛି । ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୨୪ ହଜାର ୧୩କୁ ବୃଦ୍ଧି ପାଇଛି । କରୋନାରୁ ସୁସ୍ଥ ହେଲେଣି ୧୫,୨୦୦ ଏବଂ ଆକ୍ଟିଭ୍ କେସ୍ ରହିଛି ୮୬୫୦ । ଗଞ୍ଜାମରୁ ସର୍ବାଧିକ ୫୬୦, ଖୋର୍ଦ୍ଧାରୁ ୧୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଜପତି ଓ ପୁରୀରୁ ୯୦ ଲେଖାଏଁ , ରାୟଗଡାରୁ ୬୫ ଚିହ୍ନଟ । କଟକ ଓ ସୁନ୍ଦରଗଡରୁ ୪୭ ଲେଖାଏଁ , କନ୍ଧମାଳ ୩୯, ନୟାଗଡ-୩୮, କୋରାପୁଟ-୩୦, ଭଦ୍ରକରୁ ୨୮ ପଜିଟିଭ ଚିହ୍ନଟ ହୋଇଛନ୍ତି । କେନ୍ଦୁଝରରୁ ୨୪, ବାଲେଶ୍ୱର ଓ ଯାଜପୁରରୁ ୨୩ ଲେଖାଏଁ, ବରଗଡ-୧୪, ବଲାଙ୍ଗିର-୯, ଅନୁଗୁଳ-୬, ନୂଆପଡାରୁ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୩ ଓ ଝାରସୁଗୁଡାରୁ ୨ ଆକ୍ରାନ୍ତ ଚିହ୍ନଟ । ଦେବଗଡ, କେନ୍ଦ୍ରାପଡା, ସୋନପୁର ଓ କଳାହାଣ୍ଡିରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here