ବିହାରରେ ଶିଶୁକନ୍ୟାକୁ ଦୁଷ୍କର୍ମ । ବାହାର ଦରଭଙ୍ଗାର ବିଶ୍ୱବିଦ୍ୟାଳୟ ଥାନା ଅଞ୍ଚଳରେ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ରବିବାର ସକାଳେ ଝିଅର ରକ୍ତ ଜୁଡୁବୁଡୁ ମୃତଦେହ ମିଳିବା ପରେ, ଉତ୍ତ୍ୟକ୍ତ ଲୋକମାନେ ଅଭିଯୁକ୍ତଙ୍କ ଦୋକାନରେ ନିଆଁ ଲଗାଇ ଦେଇଥିଲେ ଓ ରାସ୍ତା ଅବରୋଧ କରିଥିଲେ। ସୁଚନା ଅନୁଯାୟୀ ଶନିବାର ସନ୍ଧ୍ୟାରେ ଯେତେବେଳେ ଝିଅଟି ଖେଳୁଥିଲା, ସେହି ଅଞ୍ଚଳର ବାସିନ୍ଦା ବିକାଶ କୁମାର ମାହାତୋ ଝିଅଟିକୁ ଅପହରଣ କରି, ଦୁଷ୍କର୍ମ କରିଥିଲା ଓ ପରେ ହତ୍ୟା କରିଥିଲା। ରବିବାର ସକାଳେ ଖୋଜାଖୋଜି ସମୟରେ ପାଟୱା ପୋଖରୀ ନିକଟରେ ଝିଅଟିର ମୃତଦେହ ଉଦ୍ଧାର କରାଯାଇଥିଲା। ଲୋକମାନେ କୁକୁରର ଭୁକିବା ଶୁଣି ସନ୍ଦେହ କରିଥିଲେ ଓ ସେହି ସ୍ଥାନରେ ପହଞ୍ଚିବା ପରେ ସେମାନେ ଝିଅଟିର ମୃତ ଦେହ ଦେଖିଥିଲେ। ସିସିଟିଭି ଫୁଟେଜରେ ଅଭିଯୁକ୍ତ ଝିଅଟିକୁ ନେଇ ଯାଉଥିବା ଦେଖି ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here