ସମାଜବାଦୀ ପାର୍ଟୀ ସହ ଗଠବନ୍ଧନ ଭାଙ୍ଗିଲେ ବହୁ ଜନ ସମାଜବାଦୀ ପାର୍ଟୀ ଅଧକ୍ଷ ମାୟାବତୀ । ଆଜି ଟୁଇଟ କରି ଦଳର ହିତ ଦୃଷ୍ଟିରୁ ଆଗାମୀ ସମସ୍ତ ଛୋଟ ବଡ ନିର୍ବାଚନ ବିଏସପି ଏକା ଲଢିବ ବୋଲି ମାୟାବତୀ ସୂଚନା ଦେଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଗଠନ ହେଇଥିଲା ଏସପି – ବିଏସପି ମେଣ୍ଟ । ନିର୍ବାଚନରେ ଅମାନତ ହରାଇଥିଲା ସପା – ବିଏସପି ମହାମେଣ୍ଟ । ଏହା ପରେ ଦୁଇଦଳର ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଲାଗିରହିଥିଲା । ଆଜି ଏକ ବଡ ଘୋଷଣା କରି ସବୁ ଚର୍ଚ୍ଚାର ଅବସାନ ଘଟାଇଛନ୍ତି ବହୁଜନ ସମାଜ ବାଦୀ ପାର୍ଟି ସୁୂପ୍ରିମୋ ମାୟାବତୀ । ଉତରପ୍ରଦେଶରେ ହେବାକୁ ଥିବା ୧୧ ଟି ବିଧାନସଭା ଉପନିର୍ବାଚନରେ ବିଏସପି ଏକାକୀ ମଇଦାନକୁ ଓହ୍ଲାଇବ ବୋଲି ମାୟାବତୀ ଘୋଷଣା କରିଛନ୍ତି । ମେଣ୍ଟ ଭାଙ୍ଗିବା ନେଇ ସୂଚନା ଦେଇ ମାୟାବତୀ ଲେଖିଛନ୍ତି ଲୋକସଭା ନିର୍ବାଚନ ପରେ ସପାର ବ୍ୟବହାର ବିଏସପି ଚିନ୍ତା କରିବାକୁ ବାଧ୍ୟ କରିଥିଲା । ଏଭଳି ଦଳ ସହ ମେଣ୍ଟ କରି ନିର୍ବାଚନ ଲଢିଲେ ବିଜେପିକୁ ପରାସ୍ତ କରାଯାଇ ପାରିବ କି ବୋଲି ମାୟାବତି ଓଲଟା ପ୍ରଶ୍ନ କରିଛନ୍ତି ?

LEAVE A REPLY

Please enter your comment!
Please enter your name here