ଆସନ୍ତାକାଲିଠୁ ଆରମ୍ଭ ହେବ ଷୋଡଶ ବିଧାନସଭାର ବଜେଟ ଅଧିବେଶନ । ଏଥିପାଇଁ ଚଳଚଞ୍ଚଳ ରାଜ୍ୟର ରାଜନିତୀ ପାଣିପାଗ । ଷୋଡଶ ବିଧାନସଭାର ମୌସୁମୀ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହେବ । ଜୁନ ୨୫ତାରିଖରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଚାଲିବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଅଧିବେସନ ଜୁଲାଇ ୧୨ ରୁ ଅଗଷ୍ଟ ୮ ତାରିଖ ଯାଏଁ ଚାଲିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି । ଷୋଡଶ ବିଧାନସଭାରେ ୩୦ ଟି କାର୍ଯ୍ୟ ଦିବସ ଧାର୍ଯ୍ୟ କାରଯାଇଛି । ଚଳିତ ବିଧାନସଭାରେ ୩ ଟି ସରକାରୀ ବିଲ୍ ଏବଂ ୩ ଟି ବେସରକାରୀ ବିଲ୍ ପାସ୍ ପାଇଁ କାର୍ଯ୍ୟ ଦିବସ ରହିଛି । ପ୍ରଥମ ଦିନ ଅର୍ଥାତ ଜୁନ ୨୫ ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିଧାନସଭାରେ ତାଙ୍କର ଅଭିଭାଷଣ ରଖିବେ ଏବଂ ଆସନ୍ତା ୨୮ ତାରିଖରେ ବଜେଟ ଉପସ୍ଥାପନ ହେବ । ବିଧାନସଭା ପାଇଁ ଚଳଚଞ୍ଚଳ ଶାସକ ଓ ବିରୋଧୀ ଶିବିର । ଜୁନ ୨୩ ତାରିଖରେ ବିଜେଡି ସୁପ୍ରିମୋ ନବିନ ପଟ୍ଟନାୟକ ବିଧାୟକ ଦଳ ବୈଠକ ଡାକି ବିଧାୟକ ମାନଙ୍କ ସହ ପୁଖାଂନୁପୁଖଂ ଆଲୋଚନା କରିଛନ୍ତି । ପଞ୍ଚମ ପାଳିର ପ୍ରଥମ ବିଧାନସଭା ପାଇଁ ରଣନୀତି ପ୍ରସ୍ତୁତ କରିଛି ବିଜେଡି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦଳ ଦେଇଥିବା ଇସ୍ତାହାର ପୂରଣ ଦିଗରେ ଦଳ କାର୍ଯ୍ୟ କରିବ ଏବଂ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ସମନ୍ୱୟ ରଖି ଚାଲିବେ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି । ଅନ୍ୟପଟେ ଚଳିତ ବିଧାନସଭାରେ ବିରେଧୀ ଦଳ ଆସନରେ ବସିବାକୁ ଥିବା ବିଜେପି ଶିବିର ବି ଚଳ ଚଞ୍ଚଳ । ଜୁନ ୨୩ରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । କିନ୍ତୁ କିଏ ହେବେ ବିରୋଧୀ ଦଳ ନେତା ତାହା ଘୋଷଣା କରାଗଲା ନାହିଁ । କିଏ ହେବେ ବିଧାୟକ ଦଳ ନେତା ତାହା ଦଳର ରାଷ୍ଟ୍ରୀୟ ଅଧକ୍ଷ ଅମିତ ଶାହା ଘୋଷଣା କରିବେ ବୋଲି ସୂଚନା ମିଳିଛି । ବୈଠକ ପରେ ବିଧାୟକଙ୍କ ଏକ ତାଲିକା ଦଳର ରାଷ୍ଟ୍ରୀୟ ଅଧକ୍ଷ ଅମିତ ଶାହାଙ୍କ ନିକଟକୁ ପଠାଇ ଦିଆଯାଇଛି । ବର୍ତମାନ ଅପେକ୍ଷା କିଏ ହେବେ ବିରୋଧୀ ଦଳ ନେତା । ଅମିତ ଶାହା କାହାକୁ ଦେବେ ଗ୍ରିନ ସିଗନାଲ୍ ।

LEAVE A REPLY

Please enter your comment!
Please enter your name here