କିଏ ଦଖଲ କରିବ ବ୍ରଜରାଜନଗର ବିଧାନସଭା ଆସନ । ଆଜି ହେଉଛି ବ୍ରଜରାଜନଗର ଉପନିର୍ବାଚନ । ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ଭୋଟ ଦେବା ପାଇଁ ନିଜ ନିଜ ବୁଥରେ ଆସି ସକାଳୁ ସକାଳୁ ଭିଡ ଲଗାଇଛନ୍ତି ଭୋଟର । ତ୍ରୀମୁଖୀ ପ୍ରତିଦ୍ୱନ୍ଦିତା ହେଉଥିବାବେଳେ ମଇଦାନକୁ ଓହ୍ଲାଇଛନ୍ତି ମୋଟ ୧୧ ଜଣ ପ୍ରାର୍ଥୀ । ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ଭାଗ୍ୟ ନିର୍ଦ୍ଧାରଣ କରିବେ । ଭୋଟ ପାଇଁ ମୋଟ ୧ ହଜାର ୨୨୮ ପୋଲିଂ ଅଫିସର ନିୟୋଜିତ ହୋଇଛନ୍ତି । ଆଇନଶୃଙ୍ଖଳା ପାଇଁ ୧ ହଜାର ପୋଲିସ ଅଧିକାରୀ ମୁତୟନ ରହିଛନ୍ତି । ୨୭୯ ବୁଥରେ ମତଦାନ ହେଉଛି । ୬୦ଟି ବୁଥକୁ ସମ୍ବେଦନଶୀଳ କରାଯାଇଛି ।

LEAVE A REPLY

Please enter your comment!
Please enter your name here