ପେଟ୍ରୋଲ ପମ୍ପରେ ତେଲ ଭରୁଥିଲେ ସାବଧାନ୍ । ଆପଣଙ୍କର ଟିକିଏ ଭୁଲ ପାଇଁ ଆପଣଙ୍କ ଜୀବନ ଯାଇପାରେ । ଦେଖନ୍ତୁ ଏ ଦୃଶ୍ୟ । ବ୍ୟକ୍ତି ଜଣଙ୍କ ନିଜ ବାଇକରେ ପେଟ୍ରୋଲ ପକାଇଲାବେଳେ ହଠାତ୍ ଲାଗିଗଲା ନିଆଁ । ବ୍ୟକ୍ତିଙ୍କ ପଛରେ ଜଣେ ବୟସ୍କ ବ୍ୟକ୍ତି ବି ବସିଛନ୍ତି । ଏହି ଦୃଶ୍ୟ ହେଉଛି ଛତିଶଗଡ ବେମେତରା ଜିଲ୍ଲାର । ତେବେ କାହିଁକି ଲାଗିଲା ନିଆଁ । କୁହାଯାଉଛି ବ୍ୟକ୍ତି ଜଣଙ୍କର ମୋବାଇଲ ସେହି ଟାଇମରେ ରିଙ୍ଗ ହୋଇଥିଲା । ଆଉ ଏହି ସମୟରେ ହିଁ ହଠାତ୍ ନିଆଁ ଲାଗିଯାଇଥିଲା । ପେଟ୍ରୋଲ ପମ୍ପରେ ଥିବା କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ । ଆଉ ଅଳ୍ପକେ ବର୍ତ୍ତିଯାଇଥିଲେ ବ୍ୟକ୍ତି ଜଣଙ୍କ । ତେବେ ପ୍ରେଟ୍ରୋଲ ପମ୍ପରେ ତେଲ ଭରିବା ସମୟରେ ଆପଣ ମୋବାଇଲ ଫୋନ୍ ବ୍ୟବହାର କରୁଛନ୍ତି କି? । କେବଳ ଫୋନ ନୁହେଁ ଦହନଶୀଳ ଜିନିଷ ବି ଆପଣ ବ୍ୟବହାର କରନ୍ତୁ ନାହିଁ । ଆପଣଙ୍କର ଟିକିଏ ଭୂଲ ପାଇଁ ଆପଣ ବିପଦ ମୁହଁକୁ ଠେଲି ହୋଇପାରନ୍ତି । ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭିରେ ଏ ଦୃଶ୍ୟ କଏଦ ହୋଇଛି । ଆଉ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here