ଦିଲ୍ଲୀରେ ଭାଟିଆ ପରିବାରର ସାମୂହିକ ଆତ୍ମହତ୍ୟା ଘଟଣାର ତିନି ଦିନ ପରେ ବି ଖବର ଚର୍ଚ୍ଚାର ବିଷୟ ପାଲଟିଛି ସାରା ଦେଶରେ । ପରିବାରର ୧୧ ଜଣ ସଦସ୍ୟଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଜବତ କରିଥିଲା ଦିଲ୍ଲୀ ପୋଲିସ । ଘଟଣାରେ ବାହାର ଲୋକଙ୍କ ହାତ ନଥିବା ସିସିଟିଭି ଫୁଟେଜ୍ରୁ ସ୍ପଷ୍ଟ ହୋଇଛି । ଫୁଟେଜ୍ ଅନୁସାରେ ପରିବାରର ବୋହୁ ଷ୍ଟୁଲଗୁଡିକ ଆଣିଥିଲେ । ପନ୍ଦର ବର୍ଷୀୟ ଯୁବକ ଧ୍ରୁବ ଓ ଶୁଭମ ଫାସିରେ ବ୍ୟବହୃତ ତାର ସଂଗ୍ରହ କରିଥିଲେ । ଅର୍ଡର କରାଯାଇଥିବା ରୁଟି ଆସିଥିଲା । ନାରାୟଣୀ ଦେବୀଙ୍କ ପୁଅ ଭୁବନେଶ୍ କୁକୁରକୁ ବୁଲାଇବା ପାଇଁ ନେଇଥିଲେ । ପରେ ସମସ୍ତେ ଘର ଭିତରକୁ ଚାଲିଯାଇଥିଲେ । ସିସିଟିଭି ଫୁଟେଜ୍ ସହ ଘଟଣା ସ୍ଥଳରୁ ଏକ ନୋଟ ଜବତ କରିଛି ପୋଲିସ । ଆତ୍ମହତ୍ୟା ପରିବାରର ଲଲିତ ଭାଟିଆଙ୍କ ନିଦେ୍ର୍ଦଶରେ ସମାପ୍ତ ହୋଇଥିଲା । ପୋଲିସ ଜବତ କରିଥିବା ନୋଟର ଶୀର୍ଷକ ଥିଲା “ଭଗବାନଙ୍କ ପାଖକୁ ରାସ୍ତା “ । ସମଗ୍ର ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ।