‘ଭାବା’ ଆଣବିକ ଗବେଷଣା କେନ୍ଦ୍ର(ବାର୍କ)ର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ଓଡିଆ ବୈଜ୍ଞାନିକ ଡକ୍ଟର ଅଜିତ କୁମାର ମହାନ୍ତି. ଏହି ଗବେଷଣା କେନ୍ଦ୍ରରେ ଅଜିତଙ୍କୁ ତିନି ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି. ବାର୍କର ପଦାର୍ଥ ବିଜ୍ଞାନରେ ଅଜିତ ଏବେ ନିର୍ଦ୍ଦେଶକ ରୂପେ କାର୍ଯ୍ୟ କରୁଛନ୍ତି. କୋଲକାତାସ୍ଥିତ ସାହା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିଅର ଫିଜିକ୍ସର ନିର୍ଦ୍ଦେଶକ ମଧ୍ୟ ଥିଲେ ଅଜିତ. ମୁମ୍ବାଇସ୍ଥିତ ଦେଶର ଏହି ପ୍ରମୁଖ ଆଣବିକ ଗବେଷଣା କେନ୍ଦ୍ରରେ ଅଜିତ ତିନି ବର୍ଷ ପାଇଁ ନିର୍ଦ୍ଦେଶକ ଦାୟିତ୍ୱରେ ରହିବେ ବୋଲି ସୂଚନା ମିଳିଛି. ତେବେ ବାର୍କ ଏଭଳି ଏକ ଅନୁସନ୍ଧାନ କେନ୍ଦ୍ର ଯେଉଁଠାରେ ପରମାଣୁ ବିଜ୍ଞାନ,ଇଞ୍ଜିନିୟରିଂ ଓ ଅନ୍ୟାନ୍ୟ ସ୍ପେକ୍ଟ୍ରମକୁ ବିସ୍ତାରିତ କରିପାରୁଥିବା ଭଳି ଢାଞ୍ଚା ସେଠାରେ ରହିଛି.

LEAVE A REPLY

Please enter your comment!
Please enter your name here