ହାତ ଛାଡି ପଦ୍ମ ଧରିଲେ ହାର୍ଦ୍ଧିକ ପଟେଲ । ଗାନ୍ଧୀନଗରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ବିଜେପିରେ ସାମିଲ ହୋଇଛନ୍ତି ଯୁବ ନେତା ହାର୍ଦ୍ଧିକ ପଟେଲ । ନିକଟରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ବିଜେପିରେ ଯୋଗଦେବା ପରେ ହାର୍ଦ୍ଧିକ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ସମଗ୍ର ବିଶ୍ବ ପାଇଁ ଗର୍ବ । ବିଜେପିରେ ଯୋଗଦେବାକୁ ସେ ଅନ୍ୟ ପାର୍ଟିର ନେତାମାନଙ୍କୁ ଆହ୍ବାନ ଦେଇଛନ୍ତି । କଂଗ୍ରେସକୁ ସମାଲୋଚନା କରି ହାର୍ଦ୍ଧିକ କହିଛନ୍ତି, କଂଗ୍ରେସ କୌଣସି କାର୍ଯ୍ୟ କରିବାକୁ ଚାହୁଁନାହିଁ । ବିଜେପିରେ ଯୋଗଦେଇ ସେ ନୂଆ ଚାପ୍ଟର ଆରମ୍ଭ କଲେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here