ପାକିସ୍ତାନ ଏବେ ତାର ଚାରିଟି ପ୍ରଦେଶକୁ ୧୨ଟି ଛୋଟ ପ୍ରଦେଶରେ ଭାଗ କରିବାକୁ ଯୋଜନା କରୁଛି। ସୂଚନା ମନ୍ତ୍ରୀ ଅବଦୁଲ ଅଲିମ ଖାନ କହିଛନ୍ତି ଯେ ଏହି ଛୋଟ ପ୍ରଦେଶ ସୃଷ୍ଟି ନିଶ୍ଚିତ ଭାବେ ହେବ।ପାକିସ୍ତାନ ସରକାର ଏବଂ ସେନା ମଧ୍ୟରେ ଆଲୋଚନା ହୋଇସାରିଛି । ଆଗାମୀ ଦିନରେ ଏହାକୁ ବହୁତ ଶୀଘ୍ର କାର୍ଯ୍ୟକାରୀ କରାଯିବ। ଏହା ଅଧିନରେ ଥିବା ସମସ୍ତ ଚାରୋଟି ପ୍ରଦେଶକୁ ତିନି ଭାଗରେ ବିଭକ୍ତ କରାଯିବ। ସିନ୍ଧ ପ୍ରଦେଶକୁ କରାଚୀ ସିନ୍ଧ, କେନ୍ଦ୍ରୀୟ ସିନ୍ଧ ଏବଂ ଉପଭୂମି ସିନ୍ଧରେ ବିଭକ୍ତ କରାଯିବ।ଖାଇବର ପଖତୁନଖ୍ୱାକୁ ମଧ୍ୟ ତିନୋଟି ଭାଗରେ ବିଭକ୍ତ କରାଯିବ । ଗୋଟିଏ ପ୍ରଦେଶକୁ ଉତ୍ତର ଖାଇବର ପଖତୁନଖ୍ୱା କୁହାଯିବ, ଦ୍ୱିତୀୟ ପ୍ରଦେଶକୁ ଦକ୍ଷିଣ ଖାଇବର ପଖତୁନଖ୍ୱା କୁହାଯିବ, ଏବଂ ତୃତୀୟ ପ୍ରଦେଶକୁ ଆଦିବାସୀ ଖାଇବର ପଖତୁନଖ୍ୱା କୁହାଯିବ। ପଞ୍ଜାବ ପ୍ରଦେଶକୁ ଉତ୍ତର ପଞ୍ଜାବ, କେନ୍ଦ୍ରୀୟ ପଞ୍ଜାବ ଏବଂ ଦକ୍ଷିଣ ପଞ୍ଜାବରେ ବିଭକ୍ତ କରାଯିବ।ବଲୁଚିସ୍ତାନକୁ ତିନୋଟି ପୃଥକ ପ୍ରଦେଶରେ ବିଭକ୍ତ କରାଯିବ । ପୂର୍ବ ବଲୁଚିସ୍ତାନ, ପଶ୍ଚିମ ବେଲୁଚିସ୍ତାନ ଏବଂ ଦକ୍ଷିଣ ବେଲୁଚିସ୍ତାନ । ତେଣୁ ପାକିସ୍ତାନ ବର୍ତ୍ତମାନ ଏକ ବଡ଼ ବିଦ୍ରୋହର ସମ୍ମୁଖୀନ ହେଉଛି । ପାକିସ୍ତାନ କଣ ପାଇଁ ଦେଶକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଛି ? ଏହାଦ୍ବାରା ପାକିସ୍ତାନରେ ଗୃହଯୁଦ୍ଧ ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି ।କୁହାଯାଉଛି ଯେ, ଭାରତ କିଛି ପ୍ଲାନ୍‌ କରିଛି ଯାହାଦ୍ୱାରା ପାକିସ୍ତାନରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଦେଶ ଭିତରେ ଅରାଜକତା ଆରମ୍ଭ ହୋଇଛି । ସରକାରଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ ହୋଇଛି। ପାକିସ୍ତାନରେ ଅରାଜକତା ବଢ଼ୁଥିବା ସମୟରେ ସରକାର ବିରୋଧ ଆନ୍ଦୋଳନ ମଧ୍ଯ ଜୋର ଧରିଛି। ଏହି ପରିବର୍ତ୍ତନର ମୂଳ କାରଣ କ’ଣ , ଏହା ଏ ପର୍ୟ୍ୟନ୍ତ ଜଣା ପଡ଼ିନାହିଁ। ପ୍ରଧାନମନ୍ତ୍ରୀ ଶାହବାଜ୍ ଶରିଫ୍ ସରକାର ନୂତନ ପ୍ରଦେଶ ଗଠନକୁ ସମର୍ଥନ କରୁଛି କିନ୍ତୁ ସିନ୍ଧର ମୁଖ୍ୟମନ୍ତ୍ରୀ ମୁରାଦ ଅଲି ଶାହା ଏହି ପଦକ୍ଷେପକୁ ଗ୍ରହଣ କରାଯିବ ନାହିଁ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here