ପୁଣି ଚର୍ଚ୍ଚାରେ ବିଜେଡ଼ି ସୁପ୍ରିମୋ ନବୀନ । ହାଇଟେକ୍ ବସ୍ ରେ ବସି ପ୍ରଚାର ମଇଦାନଙ୍କୁ ଓହ୍ଲାଇଥିବା ନବୀନ ଏବେ ଫିଟ୍ ରହିବା ମନ୍ତ୍ର ଦେଇ ଚର୍ଚ୍ଚା ମଧ୍ୟକୁ ଆସିଛନ୍ତି । ମୋଦିଙ୍କ ପରେ ଏବେ ଭାଇରାଲ ହୋଇଛି ନବୀନଙ୍କ ବ୍ୟାୟାମ ଅଭ୍ୟାସ କରିବାର ଭିଡ଼ିଓ । ସବୁବେଳେ ଧଳା ପୋଷାକରେ ନଜର ଆସୁଥିବା ନବୀନ ଏହି ଭିଡ଼ିଓରେ କଳାଟି-ସାର୍ଟକୁ ଟ୍ରାକ୍ ପ୍ୟାଣ୍ଟରେ ବ୍ୟାୟାମ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରାୟ ୨ ମିନିଟ୍ ୮ ସେକେଣ୍ଟର ଭିଡ଼ିଓ ଭାଇରାଲ ହୋଇଛି । ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବାବେଳେ ନବୀନଙ୍କୁ ଏହିଭଳି ଲୁକରେ ଦେଖି ବିଜେଡ଼ି ପ୍ରେମୀମାନେ ବେଶ୍ ପସନ୍ଦ କରିଛନ୍ତି । ଶେଷରେ ନବୀନ “ ମୁଁ ଓଡ଼ିଶା ଲୋକଙ୍କ ପାଇଁ ଫାଇଟ୍ କରିବାକୁ ରେଡ଼ି ” ବୋଲି କହିଛନ୍ତି ।
ଅନ୍ୟପଟେ ନବୀନଙ୍କ ଏହି ଭିଡ଼ିଓ ଭାଇରାଲ ହେବା ପରେ ବିରୋଧୀଙ୍କ ଛାତିରେ ଛନକା ଲାଗିଥିବା ପ୍ରାୟ ଅନୁମାନ କରାଯାଇଛି । ଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ତାଚ୍ଛଲ୍ୟ କରିବା ସହ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଉ ଉପହାସ କରିଥିବା ନଜର ଆସିଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଭିଡ଼ିଓ ଭାଇରାଲ ହେବା ପରେ ବିରୋଧୀଙ୍କ ମଧ୍ୟରେ ନବୀନଙ୍କ ସ୍ବସ୍ଥ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଦଳର ସୁପ୍ରିମୋଙ୍କ ଭିଡ଼ିଓ ଭାଇରାଲ ହେବା ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଜୋସ୍ ଭରି ଯାଇଛି ।

LEAVE A REPLY

Please enter your comment!
Please enter your name here