ଉତ୍ତର ପ୍ରଦେଶ ଆତଙ୍କବାଦ ନିରୋଧୀ ଦଳ ପାକିସ୍ତାନର ଗୁଇନ୍ଦା ସଂସ୍ଥା, ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ ପାଇଁ ଗୁପ୍ତଚର ଭାବେ କାମ କରୁଥିବା ଆଦର୍ଶ କୁମାରଙ୍କୁ ଗିରଫ୍ କରିଛି ପୋଲିସ୍ । ସେ ଆଇଏସଆଇକୁ ଭାରତ ବିରୋଧୀ ସୂଚନା ଦେବା ସହ ନୌସେନା ସମ୍ପତ୍ତି ସହ ଜଡିତ ସମ୍ବେଦନଶୀଳ ସୂଚନା ଦେଉଥିବାରୁ ତାଙ୍କୁ ଗିରଫ୍ କରାଯାଇଛି। ସେ ଆଗ୍ରା ଜିଲ୍ଲାର କାଗାରୋଲ୍ ଥାନା ଅନ୍ତର୍ଗତ ଚିତାପୁର ଗ୍ରାମର ବାସିନ୍ଦା ଅଟନ୍ତି ।ଏଟିଏସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଜଣେ ବ୍ୟକ୍ତି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ହ୍ୟାଣ୍ଡଲରଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିବା ଏବଂ ଭାରତକୁ ଟାର୍ଗେଟ କରି ଗୁପ୍ତଚର କାର୍ଯ୍ୟକଳାପରେ ଜଡିତ ଥିବା ଗୁଇନ୍ଦା ସୂଚନା ମିଳିଥିଲା । ୟୁପି ଏଟିଏସ୍ ସୂଚନା ପାଇଥିଲା ଯେ ସନ୍ଦିଗ୍ଧ ବ୍ୟକ୍ତି ଆଇଏସଆଇ ସହିତ ଯୋଗାଯୋଗ କରୁଥିଲେ ଏବଂ ସମ୍ବେଦନଶୀଳ ସୂଚନା ପ୍ରଦାନ କରୁଥିଲେ । ସୂଚନାକୁ ଆଧାର କରି ଏଟିଏସ ଏକ ବିସ୍ତୃତ ତଦନ୍ତ ଆରମ୍ଭ କରିଥିଲା ଏବଂ ସନ୍ଦିଗ୍ଧ ଉପରେ କଡ଼ା ନଜର ରଖାଯାଇଥିଲା । ତଦନ୍ତରୁ ଜଣାପଡ଼ିଥିଲା ଯେ, ସନ୍ଦିଗ୍ଧ ବ୍ୟକ୍ତିଙ୍କ ନାମ ଆଦର୍ଶ କୁମାର ବୋଲି ଜଣାପଡ଼ିଥିଲା କିନ୍ତୁ ସେ କୋଚିର ଦକ୍ଷିଣ ନୌସେନା କମାଣ୍ଡରେ ଲାନ୍ସ ନାୟକ ଭାବରେ କାର୍ଯ୍ୟ କରୁଥିଲେ ।












