ସାମୁଦ୍ରିକ ବାତ୍ୟା ଫନିକୁ ମୁକାବିଲା କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି । ସମୁଦ୍ର ତଟବର୍ତ୍ତି ଖାଲୁଆ ଅଞ୍ଚଳର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପୁରୀ-କୋଣାର୍କ ମଧ୍ୟଭାଗ ବାଲୁଖଣ୍ଡରେ ବାତ୍ୟା ଲ୍ୟାଣ୍ଡଫଲ କରିବା ସମ୍ଭାବନା ଥିବାରୁ ଏହି ଅଞ୍ଚଳକୁ ଅଧିକ ବିପଦ ସଙ୍କୁଳ ମନେ କରା ଯାଉଛି । ପୁରୀ ଓ ଚନ୍ଦ୍ରଭାଗା ନିକଟରେ ସମୁଦ୍ର କ୍ରମଶଃ ଭୟଙ୍କର ରୂପ ଧାରଣ କରୁଛି । ଅଧିକ ଉଚ୍ଚରେ ଜୁଆର ଆସିବା ସହ କେତେକ ସ୍ଥାନରେ କୂଳ ଖାଇବା ଆରମ୍ଭ କରିଛି । ଏହାକୁ ନଜରରେ ରଖି କୋଣାର୍କ ଏନ.ଏ.ସି ପକ୍ଷରୁ ଚନ୍ଦ୍ରଭାଗା ନୋଳିଆ ବସ୍ତିରୁ ମସô୍ୟଜୀବିଙ୍କୁ ସ୍ଥାନାନ୍ତର କରାଯାଇଛି । ପ୍ରାୟ ୧୨୦୦ ଶହ ମସô୍ୟଜୀବି ପରିବାରର ୩ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ କୋଣାର୍କର ବିଭିନ୍ନ ସ୍କୁଲରେ ରଖାଯିବା ସହିତ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଦୁଇତାରିଖ ସଂଧ୍ୟା ସୁଦ୍ଧା ନୋଳିଆ ବସ୍ତିକୁ ଖାଲି କରାଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ପୁରୀ, ଅସ୍ତରଙ୍ଗ ନିକଟବର୍ତ୍ତୀ ଅଂଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଫନିର ସମ୍ଭାବ୍ୟ ବିପଦକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସାଢେ ସାତ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here