ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତମ ସଂପର୍କ ସ୍ଥାପନ ପାଇଁ ସବୁବେଳେ ପ୍ରସ୍ତୁତ ଥିବା କହିଛନ୍ତି ପାକିସ୍ତାନର ଭାବି ପ୍ରଧାନମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ଇମରାନ୍ ଖାନ. ନିଜର କ୍ରିକେଟ କ୍ୟାରିୟର ସମୟରେ ଭାରତକୁ ବହୁତ ଭଲ ଭାବରେ ଜାଣିବା ସହ ବୁଝିଥିବା କଥା କହିଛନ୍ତି ଇମରାନ୍. ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ସେ ଚେଷ୍ଟିତ ଥିବା ଗଣମାଧ୍ୟମ ଆଗରେ କହିଛନ୍ତି.
ବେରୋଜଗାର ଓ ଆର୍ଥିକ ସ୍ଥିତିରେ ପଛୁଆ ଥିବା ପାକିସ୍ତାନକୁ ନିଜର ସ୍ଥିତି ସୁଧାରିବାକୁ ହେଲେ ପଡ଼ୋଶୀ ଦେଶମାନଙ୍କ ସହ ଭଲ ସଂପର୍କ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି.
ପୂର୍ବରୁ ଚାଲିଆସୁଥିବା କାଶ୍ମୀର ମୁଦ୍ଦା ଉପରେ ସେ ନିଜର ମତ ରଖିଥିଲେ. କାଶ୍ମୀର ମୁଦ୍ଦାକୁ ପଛକୁ ଛାଡି ବ୍ୟବସାୟୀକ ସଂପର୍କର ନୂଆ ଡୋର ବାନ୍ଧିବା ପାଇଁ ସେ ଓକିଲାତି କରିଥିଲେ.