ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଭାବେ ଡେମୋକ୍ରାଟିକ ପାର୍ଟିର ଜୋ. ବିଡେନ ଖୁବଶୀଘ୍ର ଦାୟିତ୍ବ ଗ୍ରହଣ କରିବେ । ସବୁଠୁ ବଡପ୍ରଶ୍ନ, ଜୋ ବିଡେନ ଆମେରିକାର ରାଷ୍ଟ୍ରପତି ହେବା ପରେ ଭାରତ ପ୍ରତି କଣ ରହିବ ତାଙ୍କର ଆଭିମୁଖ୍ୟ । ଟ୍ରମ୍ପଙ୍କ ନେତୃତ୍ବାଧୀନ ଆମେରିକା ସହ ଭାରତର ଯେପରି ସଂପର୍କ ଥିଲା, ଏବେ ସେଭଳି ସଂପର୍କ ଅତୁଟ ରହିବ ନା ସେଥିରେ ପରିବର୍ତ୍ତନ ହେବ, ତାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା । ଭାରତ ସହ ଜୋ. ବିଜେନଙ୍କ ସଂପର୍କ ପୁରୁଣା ଏବଂ ବାରାକ ଓବାମାଙ୍କ ସମୟରେ ସେ ଦୁଇଥର ଭାଇସ ପ୍ରେସିଡେଣ୍ଟ ଭାବେ କାର୍ଯ୍ୟ କରିଛନ୍ତି । ତେଣୁ ଭାରତ ସହ ଆମେରିକାର ପ୍ରତିରକ୍ଷା, ନିରାପତ୍ତା ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ 2000 ମସିହାରୁ ଚାଲି ଆସିଥିବା ସଂପର୍କ ଅତୁଟ ରହିବ ବୋଲି କୁହାଯାଉଛି । ମାତ୍ର ଚୀନ୍ ପ୍ରସଙ୍ଗରେ ବିଡେନଙ୍କ ଟିମରେ ମତପାର୍ଥକ୍ୟ ଥିବା କୁହାଯାଉଛି । ଟ୍ରମ୍ପଙ୍କ ଭଳି ବିଡେନ ହୁଏତ ଚୀନ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରି ନପାରନ୍ତି ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ଏହାସତ୍ତ୍ବେ ବି ନିର୍ବାଚନ ପ୍ରଚାର ସମୟରେ ବିଡେନ ଅନ୍ତର୍ଜାତୀୟ ସମସ୍ୟାର ସମାଧାନ ଦିଗରେ ଭାରତର ଭୂମିକାକୁ ଗୁରୁତ୍ବ ଦେଇଛନ୍ତି । ମାତ୍ର କାଶ୍ମୀରରେ ମାନବିକ ଅଧିକାର ଉଲ୍ଲଂଘନ ହେଉଥିବା ଅଭିଯୋଗ ଉପରେ ବିଡେନ ଟିମର ମତ ଭାରତକୁ ଅସୁବିଧାରେ ପକାଇପାରେ ।

LEAVE A REPLY

Please enter your comment!
Please enter your name here