ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି ଭାରତ ବନ୍ଦ ଡାକରା । ବିଭିନ୍ନ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବାରୁ ଦିଲ୍ଲୀ ସମେତ ବିଭିନ୍ନ ରାଡ୍ୟରେ ହାଇଆଲର୍ଟ ଜାରି କରାଯାଇଛି । ବିକ୍ଷୋଭକାରୀଙ୍କ ଟାର୍ଗେଟରେ ଟ୍ରେନ ଓ ଯାନବାହନ ଥିବାରୁ ପ୍ରାୟ 500 ଟ୍ରେନ ଚଳାଚଳ ବାତିଲ କରିଦିଆଯାଇଛି । ଉତ୍ତର ପ୍ରଦେଶ, ପଞ୍ଜାବ, ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟରେ ହିଂସା ସୃଷ୍ଟିକାରୀଙ୍କ ଉପରେ ତୀକ୍ଷଣ ନଜର ରଖାଯାଇଛି । ସୁରକ୍ଷା ଦୃଷ୍ଟିରୁ ଝାଡଖଣ୍ଡରେ ସବୁ ସ୍କୁଲକୁ ବନ୍ଦ କରିଛନ୍ତି ସରକାର । ସେହିପରି କେରଳରେ ମଧ୍ୟ ସତର୍କ ଦୃଷ୍ଟି ରଖାଯାଇଛି । ଉତ୍ତରପ୍ରଦେଶ ସରକାର ହିଂସା ସୃଷ୍ଟିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଗ୍ନିପଥ ଯୋଜନା ବିରୋଧରେ ଦେଶବ୍ୟାପୀ ଅସନ୍ତୋଷ ବୃଦ୍ଧି ପାଉଥିବାରୁ ଏହାକୁ ପ୍ରତ୍ୟାହାର କରିନେବାକୁ ଦାବି କରି କଂଗ୍ରେସ ପକ୍ଷରୁ ଯନ୍ତରମନ୍ତର ନିକଟରେ ଧାରଣା ଦିଆଯାଇଛି । ଜନ ଅସନ୍ତୋଷ ଏଡାଇବା ପାଇଁ ସରକାର ଅଗ୍ନିପଥ ଯୋଜନାରେ କେତେକ କୋହଳ ବ୍ୟବସ୍ଥା କରିଥିଲେ ମଧ୍ୟ ଦେଶବ୍ୟାପୀ ଏହା ବିରୋଧରେ ଅସନ୍ତୋଷ ବଢିବାରେ ଲାଗିଛି । ଏପର୍ଯ୍ୟନ୍ତ ସବୁଠୁ ଅଧିକ କ୍ଷତି ରେଳବାଇ ବିଭାଗର ହୋଇଛି ।

LEAVE A REPLY

Please enter your comment!
Please enter your name here