ଝାଡଖଣ୍ଡରେ ନୂଆବର୍ଷ ଠାରୁ ପେଟ୍ରୋଲ ଡିଜେଲ ଶସ୍ତା ହେଲା । ବଜାର ଦର ଠାରୁ ୨୫ ଟଙ୍କା କମରେ ମିଳିବ ପେଟ୍ରୋଲ ଡିଜେଲ । ତେବେ ଏହା କେବଳ ବିପିଏଲ କାର୍ଡଧାରୀଙ୍କୁ ଯୋଗାଇଦେବାକୁ ଘୋଷଣା କରିଛନ୍ତି ସରକାର । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ଘୋଷଣା କରିଛନ୍ଚି । ସେ କହିଛନ୍ତି ୨୬ ଜାନୁଆରୀ ଠାରୁ ବିପିଏଲ କାର୍ଡଧାରୀଙ୍କୁ ରାଜ୍ୟ ସରକାର ରିହାତି ମୂଲ୍ୟରେ ପେଟ୍ରୋଲ ଡିଜେଲ ଯୋଗାଇଦେବେ ।

ରାଜ୍ୟରେ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ସରକାର ନେଉଥିବା ଭାଟ୍ ହାର ପାଞ୍ଚ ପ୍ରତିଶତ ହ୍ରାସ କରିବାକୁ ଦାବି କରି ଆସୁଛନ୍ତି । ଭାଟ୍ ହାର 22 ରୁ 17 ପ୍ରତିଶତ ହ୍ରାସ ହେଲେ ତୈଳଦର ହ୍ରାସ ଘଟିବ । ପଡୋଶୀ ରାଜ୍ୟ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର ଓ ଓଡିିଶାରେ ଡିଜେଲ ଦର ଅପେକ୍ଷାକୃତ କମ୍ ଥିବାରୁ ତୈଳଦର ହ୍ରାସ ପାଇଁ ଡିଲର୍ସ ସଂଘ ପକ୍ଷରୁ ଲଗାତର ଭାବେ ଦାବି କରାଯାଉଛି ।

LEAVE A REPLY

Please enter your comment!
Please enter your name here