ଭିଜିଲାନ୍ସ ଜାଲରେ ପୁରୀ ନିମାପଡା ତହସିଲଦାର ରାମଚନ୍ଦ୍ର ଜେନା । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ରାମଚନ୍ଦ୍ର ଜେନାଙ୍କ ଘରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ତେବେ ଚଢାଉବେଳେ ୫ଟି ପ୍ୟାନକାର୍ଡ ଲାଗିଛି ଭିଜିଲାନ୍ସ ଅଧିକାରୀଙ୍କ ହାତରେ । ୫ଟି ପ୍ୟାନକାର୍ଡରେ ଭିନ୍ନ ଭିନ୍ନ ନମ୍ବର ରହିଛି । କାର୍ଡରେ ବାପାଙ୍କ ନାଁ ଭିନ୍ନ ଭିନ୍ନ ରହିଛି । ୩ଟି କାର୍ଡରେ ବାପାଙ୍କ ନାଁ ଖଗେଶ୍ୱର ଜେନା ରହିଥିବା ଦେଖିବାକୁ ମିଳିଛି । ଅନ୍ୟ ୨ଟି କାର୍ଡରେ ବାପାଙ୍କ ନାଁ ବୈଷ୍ଣବ ଓ ନାରାୟଣ ଜେନା ଉଲ୍ଲେଖ ରହିଛି । ୩ଟି ପ୍ୟାନକାର୍ଡରେ ଜନ୍ମବର୍ଷ ବି ଅଲଗା ରହିଛି । ୩ଟି କାର୍ଡରେ ଜନ୍ମବର୍ଷ ୧୯୭୦ ଥିବାବେଳେ ଅନ୍ୟ ୨ଟିରେ ଭିନ୍ନ । ତହସିଲଦାରଙ୍କ କାର୍ଯ୍ୟାଳୟରେ ଚଢାଉ ବେଳେ ସେଠାରେ ୪ ଲକ୍ଷ ୬୫ ହଜାର ନଗଦ ଟଙ୍କା ଜବତ କରାଯାଇଛି । ଚଢାଉ ଜାରି ରଖିଛନ୍ତି ଭିଜିଲାନ୍ସ ଅଧିକାରୀ । ନିମାପଡାରେ ଥିବା ସରକାରୀ ଘରେ ଚଢାଉବେଳେ ୫୦ ହଜାର ଟଙ୍କା ଜବତ ହୋଇଛି । ଭିଜିଲାନ୍ସ ପକ୍ଷରୁ କଟକ ସିଡିଏ ସେକ୍ଟର୧୧ ରେ ଥିବା ତାଙ୍କ ଘରେ ଏବଂ କେନ୍ଦ୍ରପଡା ଜିଲ୍ଲା ଗରଦପୁରରେ ଥିବା ତାଙ୍କ ପୈତୃକ ଘରେ ମଧ୍ୟ ଚଢାଉ କରାଯାଉଛି । ଏବେ ଚଢାଉ ଜାରି ରହିଥିବାବେଳେ କିଛି ସମୟ ପରେ ତାଙ୍କ ସମ୍ପତ୍ତି ନେଇ ସ୍ପଷ୍ଟ ସୂଚନା ମିଳିବ । ୭ ଜଣ ଡିଏସପି, ୨ ଜଣ ଇନସ୍ପେକ୍ଟର ଅନ୍ୟ କର୍ମଚାରୀମାନେ ଏହି ଚଢାଉ କରିଛନ୍ତି ।

LEAVE A REPLY

Please enter your comment!
Please enter your name here