ଉପରୁ ଚକାଚକ ରେଷ୍ଟୁରାଣ୍ଟ କିନ୍ତୁ ଭିତରେ ନିମ୍ନମାନର ଖାଦ୍ୟ । କଟକ ବାଦାମବାଡି ସେଣ୍ଟରରେ ରହିଛି କେଏଫସି । ଏହି ରେଷ୍ଟୁରାଣ୍ଟକୁ ଅନେକ ଲୋକେ ପସନ୍ଦ କରିଥାନ୍ତି । ବଡବଡିଆଠୁ ଆରମ୍ଭ କରି ଦୂରଦୂରାନ୍ତରୁ ଆସୁଥିବା ଲୋକେ ଏଠି ଖାଇଥାନ୍ତି । କିନ୍ତୁ ଏହି ରେଷ୍ଟୁରାଣ୍ଟ ନିମ୍ନମାନର ଖାଦ୍ୟ ଦେଉଥିବା ଅଭିଯୋଗ ଆସିବା ପରେ ଅଚାନକ ଚଢାଉ କରିଥିଲା ଖାଦ୍ୟ ସୁରକ୍ଷା ଟିମ୍ । ଏବଂ ଟିମ୍ ହାତରେ ଲାଗିଥିଲା ଫିମ୍ପିମରା ଖାଦ୍ୟ । ପରୀକ୍ଷା ପାଇଁ ଏହି ଖାଦ୍ୟର ନମୂନା ଲାବ୍ରୋଟେରୀକୁ ପଠାଯିବ । ସେଠାରୁ ରିପୋର୍ଟ ଆସିବା ପରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି । ଦୀପାବଳି ଉପଲକ୍ଷେ ଉଭୟ ଭୁବନେଶ୍ୱର ଏବଂ କଟକରେ ଖାଦ୍ୟ ସୁରକ୍ଷା ଟିମ ପକ୍ଷରୁ ବିଭିନ୍ନ ଖାଦ୍ୟ ଷ୍ଟଲ ଗୁଡିକରେ ଚଢାଉ କରାଯାଉଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here