ଭିଜିଲାନ୍ସ ଜାଲରେ ପଡ଼ିଲେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଟିପତି କିରାଣୀ।କିରାଣୀ ସୁବ୍ରତ ବେହେରା କୋଟି କୋଟି ଟଙ୍କା ହଡପ କରିଥିବା ଅଭିଯୋଗରେ ଭିଜିଲାନ୍ସ ସୁବ୍ରତଙ୍କ ଘର ସହିତ ୪ଟି ସ୍ଥାନରେ ରେଡ କରିଛି । ୩୦ ଜଣ ଭିଜିଲାନ୍ସ କର୍ମଚାରୀ,ସୁବ୍ରତ ବେହେରାଙ୍କ ଢେଙ୍କାନାଳ ଜିଲ୍ଲା ବାଉଁଶ ପୋଖରୀରେ ଥିବା ନିଜ ଘର, ବଅଁରପାଳ ଶଶୁରଘର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସୁସୁଡ଼ାସ୍ଥିତ ବାସଭବନରେ ଚଢ଼ାଉ କରିଛନ୍ତି। ପୂର୍ବରୁ କର୍ମଚାରୀ ଓ ଡାକ୍ତରଙ୍କ ଦରମା ଟଙ୍କା ଖାଇଥିବା ସିଡିଏମଓ ଅଭିଯୋଗ କରିଥିଲେ। ମାମଲା ହେବା ପରେ ଅଗ୍ରୀମ ଜାମିନରେ ଆସିଥିଲେ ସୁବ୍ରତ। ଗତକାଲି କଟକ ଭିଜିଲାନ୍ସ କାର୍ଯ୍ୟାଳୟରେ ସୁବ୍ରତଙ୍କୁ ମାରାଥନ୍ ଜେରା ପରେ ଛଡାଯାଇଥିଲା। ଆଜି କଟକ ଓ ଅନୁଗୁଳର ୧୦ ଜଣିଆ ଟିମ ବିଭିନ୍ନ କାଗଜପତ୍ର, ଆକାଉଣ୍ଟ ଯାଞ୍ଚ କରିବା ସହ ଘରେ ତଲାସୀ କରୁଛନ୍ତି । HRMS ପୋର୍ଟାଲ ମାଧ୍ୟମରେ ନିଜ ଦରମା ଅହେତୁକ ବୃଦ୍ଧି କରି ଲୁଟୁଥିବା ଅଭିଯୋଗ ହୋଇଛି। ସୁବ୍ରତ ନିଜ ଦରମା ବଢ଼ାଇ ରାଜକୋଷରୁ ପ୍ରାୟ ଅଢେଇ ଲକ୍ଷ ଟଙ୍କା ଲୁଟି ନେଇଥିଲେ ।ଅନେକ ଡାକ୍ତରଙ୍କୁ ବି ଚୁନା ଲଗାଇଛନ୍ତି। ହସ୍ପିଟାଲ ପକ୍ଷରୁ ମାମଲା ରୁଜୁ ହେବା ପରେ ଫେରାର ହୋଇଯାଇଥିଲେ ସୁବ୍ରତ। ଏହାପରେ ସ୍ଵାସ୍ଥ୍ୟ ବିଭାଗ ଭିଜିଲାନ୍ସରେ ମାମଲା ଦାଖଲ କରିଥିଲା । ଅଭିଯୋଗର ୩ ମାସ ପରେ ସୁବ୍ରତଙ୍କୁ ଧରିଛି ଭିଜିଲାନ୍ସ।














