ସିଭିୟର ସାଇକ୍ଲୋନ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବା ସହିତ ସମୁଦ୍ରରେ ସୁ ସୁ ଗର୍ଜନ ଶୁଣିବାକୁ ମିଳୁଛି। ବାତ୍ୟା ‘ମୋନ୍ଥା’ର ତୀବ୍ରତା ଦେଖି କାକିନାଡ଼ାର ଉପକୂଳ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସମୁଦ୍ର ଏବେ ପୁରାପୁରି ଅଶାନ୍ତି ଅବସ୍ଥାରେ ଅଛି।ଲ୍ୟାଣ୍ଡଫଲ୍ ପ୍ରଭାବରେ ଆନ୍ଧ୍ରପ୍ରଦେଶର କାକିନାଡ଼ାରେ ପ୍ରବଳ ପବନ ସହ ବର୍ଷା ହେଉଛି। ଏହି ଲ୍ୟାଣ୍ଡଫଲ୍ ପକ୍ରିୟା ୫ ଘଣ୍ଟା ଧରି ଚାଲିବ। ଲ୍ୟାଣ୍ଡଫଲ୍ ଆରମ୍ଭ ହେଇ ସାମାନ୍ୟ ଦକ୍ଷିଣକୁ ବୁଲିଛି ବାତ୍ୟା। ଆନ୍ଧ୍ରପ୍ରଦେଶ କାକିନାଡା ପରିବର୍ତ୍ତେ ମଚ୍ଛଲିପଟନରେ ମାଡ଼ ହେବାକୁ ଯାଉଛି। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୪ରୁ ୫ଘଣ୍ଟା ରହିବ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ମଧ୍ୟରାତ୍ରୀ ୧୨ଟା ଯାଏ ରହିବ। ଲ୍ୟାଣ୍ଡଫଲ ପରେ କ୍ରମଶଃ ଦୁର୍ବଳ ହେବ ବାତ୍ୟା।ପବନର ବେଗ ୧୦୦ରୁ ୧୧୦ କିମି ରହିପାରେ। ବାତ୍ୟା ମୋନ୍ଥା ଲ୍ୟାଣ୍ଡଫଲ୍ କରିବା ପରେ କାକିନାଡ଼ାରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ଆରମ୍ଭ କରିଛି । ବାତ୍ୟା ମୋନ୍ଥା’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ବିଭିନ୍ନ ଜିଲ୍ଲାରେ ପବନର ବେଗ ୬୦ରୁ ୬୫ କିମି ପର୍ଯ୍ୟନ୍ତ ରହିଛି। ଆଗାମୀ କିଛି ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।ଆସନ୍ତାକାଲି ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ହେବ।














