ଠେଲାପେଲା, ଭିଡାଭିଡି । କିଏ ଆଗ ନେବ, ସେଥିପାଇଁ କସରତ୍ ।
ଆପଣ ଭାବୁଥିବେ କିଛି ମାଗଣା ସାମଗ୍ରୀ ନେବା ପାଇଁ ଏମିତି ଭିଡ ଲାଗିଛି । ମାତ୍ର ସେମିତି କିଛି ନୁହେଁ । ଏ ଭିଡ ଲାଗିଛି ଭାକ୍ସିନ ନେବା ପାଇଁ ।
କେନ୍ଦ୍ର ସରକାର ମାଗଣା ଟିକା ଅଭିଯାନ ଆରମ୍ଭ କରିବା ପରେ ଏମିତି ଦୃଶ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଛି । କାଳେ ଟିକା ସରିଯିବ, ସେଇ ଆଶଙ୍କାରେ ଏମିତି ଠେଲାପେଲା । କିନ୍ତୁ ଯେଉଁଥିପାଇଁ ଆମେ ଟିକା ନେବାକୁ ଆସିଛେ, ସେକଥା ଭୁଲି ଯାଇଛନ୍ତି ଲୋକେ ।
ଟିକା ନେଇ କରୋନାକୁ ମାତ୍ ଦେବେ କଣ, ଏମିତି ଭିଡ ଭିତରେ ଠେଲାପେଲା କରି ଘରକୁ ଫେରିଲା ବେଳକୁ ଅଧିକାଁଶ ଲୋକ କରୋନା ନେଇ ଘରକୁ ଫେରିବା ପରି ଲାଗୁଛି ।
କରୋନାର ଏତେ ଭୟାବହତା ପରେ ବି ନା ଚେତୁଛନ୍ତି ଲୋକେ, ନା ସରକାର ।

LEAVE A REPLY

Please enter your comment!
Please enter your name here