ମକର ସଙ୍କ୍ରାନ୍ତି ପାଇଁ ଚଳଚଞ୍ଚଳ ଖୋର୍ଦ୍ଧାର ଅଟ୍ରି । ରାଜ୍ୟର ଏହି ଅନ୍ୟତମ ପ୍ରମୁଖ ଉଷ୍ମ ପ୍ରସ୍ରବଣ ପର୍ଯ୍ୟଟନସ୍ଥଳୀରେ ଆଜିଠୁ ୧୫ଦିନ ଧରି ଚାଲିବ ମକର ଉତ୍ସବ । ବାବା ହଟକେଶ୍ୱରଙ୍କ ଦର୍ଶନ ଲାଗି ବଡି ଭୋରରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି । ମକର ଉତ୍ସବ ପାଇଁ ପୂର୍ବ ଦିନରୁ ହିଁ ବହୁ ସଂଖ୍ୟାରେ ଭକ୍ତ ଓ ପର୍ଯ୍ୟଟକ ଅଟ୍ରିରେ ପହଁଞ୍ଚିସାରିଛନ୍ତି । ମକର ସଂଙ୍କ୍ରାନ୍ତିରେ ଏକ ସ୍ୱତନ୍ତ୍ର କୁଣ୍ଡରେ ସ୍ନାନ କରିବାରେ ଗୋଟିଏ ଅଦ୍ଭୁତ ବିଶ୍ୱାସ ରହିଆସିଛି । ଅଟ୍ରିରେ ଆୟୋଜିତ ମକରମେଳାର ସ୍ୱତନ୍ତ୍ରତା ରହିଛି । ବିଶ୍ୱାସ ରହିଛି, ମକର ମେଳାରେ ଗୋଟିଏ ମାନସିକ କୁଣ୍ଡରେ ନିଃସନ୍ତାନ ମହିଳା ବୁଡ ପକାଇ ଗୁଆ ଖୋଜିଥାନ୍ତି । ଯେଉଁ ମହିଳାଙ୍କୁ ଏହି ଗୁଆ ମିଳେ, ତାଙ୍କ ଉପରେ ହଟକେଶ୍ୱରଙ୍କ ଆଶୀର୍ବାଦ ରହିଛି ଏବଂ ଖୁବଶୀଘ୍ର ସେ ସନ୍ତାନପ୍ରାପ୍ତି କରିଥାନ୍ତି ବୋଲି ବିଶ୍ୱାସ ରହିଛି । ସେଥିପାଇଁ ପ୍ରତିବର୍ଷ ମକରମେଳାରେ ଅଟ୍ରିରେ ବହୁ ନିଃସନ୍ତାନ ଦମ୍ପତି ହଟକେଶ୍ୱରଙ୍କ ଆସୀର୍ବାଦ ନେବାକୁ ଆସିଥାନ୍ତି । ଉଷ୍ମ ପ୍ରସ୍ରବଣରେ ବର୍ଷ ତମାମ ଗରମ ପାଣି ବାହାରୁଥାଏ । ପ୍ରକୃତିର ଏହି ବୈଚିତ୍ର‌୍ୟ ଦେଖିବାକୁ ବିଭିନ୍ନ ସମୟରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ମକରସଂକ୍ରାନ୍ତି ମଧ୍ୟ ରାତ୍ରରେ ହେବ ବାବା ହଟେକେଶ୍ୱରଙ୍କ ମଙ୍ଗଳ ଆଳତୀ । ପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ବାବା । ବହୁ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

LEAVE A REPLY

Please enter your comment!
Please enter your name here